Home ଓଡ଼ିଶା ହାତୀ ନେଲା ବୃଦ୍ଧଙ୍କ ଜୀବନ

ହାତୀ ନେଲା ବୃଦ୍ଧଙ୍କ ଜୀବନ

77

ଢେଙ୍କାନାଳ,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ଜଣେ ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ । ଏହି ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ସୋଗର ଶାଳୁଆ ଛକ ନିକଟରେ ଘଟିଛି । ଏକ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଗୋଦୁରିବିଲି ଗାଁର ହୃଦାନନ୍ଦ ମଲ୍ଲିକ ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ । ପରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ସେ ଆଖି ବୁଜି ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.