Home ଜିଲ୍ଲା ପରିକ୍ରମା ହାତୀ ଦାନ୍ତ ଡିଲ୍ ବେଳେ ମାଡିବସିଲା ଏସ୍‌ଟିଏଫ୍ ଓ ବନବିଭାଗ, ପ୍ରାୟ ୨ ଲକ୍ଷ ଟଙ୍କାର...

ହାତୀ ଦାନ୍ତ ଡିଲ୍ ବେଳେ ମାଡିବସିଲା ଏସ୍‌ଟିଏଫ୍ ଓ ବନବିଭାଗ, ପ୍ରାୟ ୨ ଲକ୍ଷ ଟଙ୍କାର ହାତୀ ଦାନ୍ତ ଓ ମାଢି ଜବତ, ୫ ଗିରଫ

80

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଜିଲା କୁଲ୍‌ଡିହା ଅଭ୍ୟୟାରଣ୍ୟରେ ହାତୀ ଦାନ୍ତ, କାଠ ଓ ବନଜାତ ଦ୍ରବ୍ୟର ଚୋରା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ବନବିଭାଗ ଏହାକୁ ରୋକିବାରେ ବିଫଳ ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ହାତୀ ଦାନ୍ତ ଓ ମାଢି ବିକ୍ରି ପାଇଁ ଭଦ୍ରକ ଜିଲାର କାଦବରାଙ୍ଗ ନିକଟରେ ଡିଲ୍ ହେଉଥିବାବେଳେ ଏସ୍‌ଟିଏଫ୍ ଟିମ୍ ଚଢାଉ କରି ତାହାକୁ ଜବତ କରିବା ସହ ଏହି ଘଟଣାରେ ଭଦ୍ରକ, ଖଇରା, ଔପଦା ଅଂଚଳର ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚୋରା ହାତୀ ଦାନ୍ତ ନେଇ ୨ଟି ବାଇକ୍‌ରେ ୪ଜଣ ଚୋରା ବେପାରୀ ଗତକାଲି ବିମ୍ବଳିତ ରାତିରେ ଭଦ୍ରକ ଜିଲାର ଆଗରପଡା ଥାନା ଅଧୀନସ୍ଥ କାଦବରାଙ୍ଗ ଅଂଚଳକୁ ଆସିଥିବାବେଳେ ଖବର ପାଇ ଏସ୍‌ଟିଏଫ୍ ଟିମ୍ ଖଇରା, ଆଗରପଡା ଥାନା ଓ ଔପଦା ବନ ବିଭାଗର ମିଳିତ ଚଢାଉ ହୋଇଥିଲା । ଏବଂ ଏହି ଘଟଣାରେ ଉକ୍ତ ଅଂଚଳର ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କାଦବରାଙ୍ଗରେ ଏହି ହାତୀ ଦାନ୍ତ ଓ ମାଢି ବିକ୍ରି ପାଇଁ ଡିଲ୍ ବେଳେ ୧ କିଲୋ ୩ ଶହ ଗ୍ରାମ ଓଜନର ହାତୀ ଦାନ୍ତ ଓ ୨ଟି ୩ କିଲୋରୁ ଉର୍ଦ୍ଧ୍ୱ ମାଢୀ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ବଜାରରେ ୨ ଲକ୍ଷ ଟଙ୍କା ହେବ ବୋଲି ଜଂଗଲ ବିଭାଗ ଆକଳନ କରିଛି । ଏଥିନେଇ ଔପଦା ଜଂଗଲ ବିଭାଗର କାର୍ଯ୍ୟାଳୟରେ ଏସ୍‌ଟିଏଫ୍ ଟିମ୍ ତଦନ୍ତ କରୁଥିବାର ଜଣାପଡିଛି । ଏହି ଚୋରା ହାତୀ ଦାନ୍ତ ବିକ୍ରି ଲିଙ୍କରେ କେଉଁଝର, ଭୁବନେଶ୍ୱର ଓ ଭଦ୍ରକ ଲିଙ୍କ ଥିବା ବିଷୟ ବନବିଭାଗ ସୂଚନା ଦେଇଛି । ଏହି ଘଟଣାରେ ଔପଦା ବ୍ଲକ୍ ମହୁଲଗଡିଆର ବନମାଳୀ ସେଠୀ, ସୁଦର୍ଶନ ମହାରଣା, ଅଜୟ ମୁଦୁଲି, ଖଇରା ଜେମାଦେଇପୁରର ବାବୁରାମ ପୃଷ୍ଟି ଓ ଭଦ୍ରକ ଆଗରପଡା ଥାନା କାଦବରାଙ୍ଗର ନଟବର ଦାସକୁ ବନ ବିଭାଗ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା ବିଷୟ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.