Home ଜିଲ୍ଲା ପରିକ୍ରମା ହାତୀ ଖାଇଗଲେ ଫସଲ, ଚାଷୀ ମୁଣ୍ଡରେ ହାତ

ହାତୀ ଖାଇଗଲେ ଫସଲ, ଚାଷୀ ମୁଣ୍ଡରେ ହାତ

373

ନୟାଗଡ/୨୯/୧୧ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ରେ ଦୀର୍ଘବର୍ଷ ହେଲା ହାତୀ ମଣିଷ ଲଢେଇ ଚାଲିଛି। ମଣିଷ ବର୍ଷ ଯାକର ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାକୁ ଚାହୁଁଥିଲା ବେଳେ ହାତୀ ଫସଲ ଖାଇ ଯାଉଛି। ହାତୀ ବି ମଣିଷ ମାରିବାକୁ ପଛାଉ ନାହିଁ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରଣପୁର ରେଞ୍ଜ ମୟୁରଝାଲିଆ ଗ୍ରାମ ପଂଚାୟତରେ। ମୟୁରଝାଲିଆ ଓ ବୋରବୋରଝର ମୌଜାରେ ଗତ ନଭେମ୍ବର ୨୮ ତାରିଖ ରାତ୍ରିରେ ଏକ ହାତୀ ଦଳ ୨ ଏକର ଧାନ ଫସଲ ଖାଇ ନଷ୍ଟ କରିଦେଇଥିବା ବେଳେ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବଶିଛନ୍ତି। ଏ ସମ୍ପର୍କେ ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥିଙ୍କ ସହ ଯୋଗା ଯୋଗ କରିବାରେ ହାତୀ ଧାନ ଫସଲ ନଷ୍ଟ କରିବା କଥା ସ୍ୱୀକାର କରନ୍ତି। କିନ୍ତୁ ହାତୀ ଧାନ ଫସଲ ଖାଇଲେବି ସରକାରୀ ନିୟମ ଅନୁସାରେ ହାତୀକୁ ବାଣ ଫୁଟାଇ ବିବ୍ରତ କରିବା କଥାକୁ କୁହନ୍ତି। ହାତୀ ଯେତେ କ୍ଷତି କଲେବି କ୍ଷତି ପୁରଣ ଦିଆଯିବ, କିନ୍ତୁ ହାତୀ ଯେଉଁ ଗ୍ରାମାଂଚଳରେ ଜାତାୟତ କରୁଛନ୍ତି ସେମାନଙ୍କୁ ହାତୀ ବାହାରିଲା ସମୟରେ ଘରୁ ନ ବାହାରିବାକୁ ସଚେତନ କରାଯିବ। ଏହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ରେଞ୍ଜ ଅଂଚଳରେ ହାତୀ ଓ ମଣିଷର ଲଢେଇ ଚାଲିଛି। କେତେବେଳେ ହାତୀ ମରୁଛି ତ କେତେବେଳେ ମଣିଷ ମରୁଛି ଆଉ କେତେବେଳେ ମଣିଷ ଦାନା ହାତୀ ଖାଉଛି। ହାତୀ ମଣିଷ ଦାନା ଖାଇବା ଯୋଗୁଁ ଚାଷୀ ମାନେ ଦାଦନ ଯିବାକୁ ଶ୍ରେୟ ମନେ କରୁଛନ୍ତି। ହାତୀ କ୍ଷୟକ୍ଷତି ବନ ବିଭାଗ ଯାହା ଚାଷୀ ମାନଙ୍କୁ ଦେଉଛି ତାହା ସମୁଦ୍ରକୁ ଶଙ୍ଖେ। ସରକାର ଏହି ବିଷୟରେ ଚିନ୍ତା କରି ବନ ବିଭାଗକୁ ନିର୍ଦ୍ଧେଶ ଦେବା ଦରକାର କୃଷକ ମାନଙ୍କର କ୍ଷୟ କ୍ଷତି କରୁଥିବା ହାତୀ ମାନେ ରଣପୁର ରେଞ୍ଜର ଶରତ ଚନ୍ଦ୍ର ଶତପଥିଙ୍କ ସୂଚନା ଅନୁଯାୟୀ ରଣପୁର ଅଂଚଳରେ କ୍ଷୟ କ୍ଷତି କରୁଥିବା ହାତୀ ମାନେ ଚନ୍ଦକା ଅଭୟାରଣ୍ୟର। ଯାହାବି ହେଉ ପ୍ରଶାସନିକ ଅଧିକାରୀ, ରାଜନେତା ଓ ବିଭାଗୀୟ କର୍ତ୍ତୁପକ୍ଷ, କୃଷି ଓ କୃଷକ ର ଜୀବିକା ପ୍ରତି ଧ୍ୟାନଦେବା ଜରୁରୀ ହୋଇ ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.