Home ଓଡ଼ିଶା ନଦୀରେ ଭାସିଲା ଟ୍ରକ

ନଦୀରେ ଭାସିଲା ଟ୍ରକ

969

ମାଲକାନଗିରି,୨୫/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ନଦୀରେ ଭାସିଗଲା ସିମେଣ୍ଟ ବୋଝେଇ ଟ୍ରକ୍ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଧମତେରୀ ନିକଟରେ ଥିବା ସୀତା ନଦୀରେ ଭାସିଗଲା ଟ୍ରକ୍ । ଗତ କିଛି ଦିନର ଲଗାଣ ବର୍ଷାରେ ଧମତେରୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ସୀତା ନଦୀ ପୋଲ ଉପରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଥିଲା । ସୁରକ୍ଷା ପାଇଁ ପୋଲ ମଧ୍ୟକୁ ବାରଣ କରାଯାଇଥିବା ବେଳେ ରାୟପୁରରୁ ୩ଟି ସିମେଣ୍ଟ ବୋଝେଇ ଟ୍ରକ୍ ପୋଲ ଦେଇଯାଇଥିଲେ । ଦୁଇଟି ଟ୍ରକ୍ ସୁରକ୍ଷିତ ପାର ହୋଇଯାଇଥିବା ବେଳେ ଅନ୍ୟ ଗୋଟିଏ ଟ୍ରକ୍କୁ ପ୍ରଖର ସ୍ରୋତ ଟ୍ରକ୍କୁ ଭସାଇ ନେଇଥିଲା । ଟ୍ରକ୍ ଡ୍ରାଭର ଓ ହେଲପର ଜୀବନ ବଞ୍ଚାଇ ଡେଇଁପଡ଼ିଥିଲେ । ସିମେଣ୍ଟ ବୋଝେଇ ଟ୍ରକ୍ଟି ରାୟପୁରରୁ ମାଲକାନଗିରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.