Home ଅପରାଧ ହାତୀ ଅକ୍ରମଣରେ ଦୁଇ ଜଣଙ୍କ ପ୍ରାଣଗଲା

ହାତୀ ଅକ୍ରମଣରେ ଦୁଇ ଜଣଙ୍କ ପ୍ରାଣଗଲା

170

ଭୁବନେଶ୍ୱର ୧୮ା୧(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ ) ଆଜି ଭୋର ସମୟରେ ନିଜ ବାଡିକୁ ଶୈାଚ ପାଇଁ ଯାଇ ହାତୀ ଅକ୍ରମଣରେ  ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଖୋର୍ଦ୍ଧା ମେଡିକାଲ ସୁତ୍ରରୁ ଜଣାପଡିଛି ।

 

ଘଟଣାରୁ ପ୍ରକାଶ ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକ ହଜ ଗ୍ରାମର ବଂଶୀଧର ଛୁଆଳ ସିଂ ଏବଂ କଲରାଝର ଗ୍ରାମର ସନାତନ ପ୍ରଧାନ ଆଜି ଭୋର ସମୟରେ ନିଜ ବାଡିକୁ ଶୌଚ ପାଇଁ ଯାଇଥିବା ବେଳେ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଗ୍ରାମର ବ୍ରଜବନ୍ଧୁ ସାହୁ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁବରଣ କରିଥିବା ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ  ଦାବିରେ  ନୂଆ ଜଗନ୍ନାଥ  ସଡକ ଠାରେ ରାସ୍ତାରୋକ କରିଛନ୍ତି ହଜ ଗ୍ରାମବାସୀ  । ରାସ୍ତାରୋକ  ଫଳରେ ପୁରୀରୁ ଶରଣକୂଳ  ଯାତ୍ରାୟତରେ  ବାଧାପ୍ରାପ୍ତ ହୋଇଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.