Home ଅନୁଗୁଳ ହାଣ୍ଡିଧୂଆଁ ରେଲୱେ ଅଣ୍ଡରବ୍ରିଜ୍ ଠାରେ ଆଲୋକୀକରଣ ଓ ଜଳ ନିଷ୍କାସନ ଦାବୀ

ହାଣ୍ଡିଧୂଆଁ ରେଲୱେ ଅଣ୍ଡରବ୍ରିଜ୍ ଠାରେ ଆଲୋକୀକରଣ ଓ ଜଳ ନିଷ୍କାସନ ଦାବୀ

46

ତାଳଚେର, ୨୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପୌରପରିଷଦ ଅନ୍ତର୍ଗତ ଶର୍ମାଛକ ଓ ହାଣ୍ଡିଧୂଆଁ ମଧ୍ୟରେ ନିର୍ମିତ ରେଲୱେ ଅଣ୍ଡର ବ୍ରିଜ୍ ରାସ୍ତାରେ ଆଲୋକୀକରଣ ଓ ଜଳ ନିଷ୍କାସନ ସୁବିଧା କରିବା ନିମନ୍ତେ ଦାବି ହୋଇଛି। ପ୍ରାୟ ୨ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଏହା ନିର୍ମାଣ କରାଯାଇଥିଲେ ସୁଦ୍ଧା ଏଠାରେ ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ସ୍ଥାନଟି ରାତ୍ରୀ ସମୟରେ ଘନ ଅନ୍ଧକାର ମୟ ରହୂଛି। ଫଳରେ ପ୍ରତ୍ୟେକ ମୁହୂର୍ତରେ ସଡ଼କ ଦୁର୍ଘଟଣାର ଆଶଙ୍କା ଦେଖାଦେଉଛି। ଏହି ଅଣ୍ଡର ବ୍ରିଜ ନିର୍ମାଣକୁ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇ ଯାଇଥିଲେ ହେଁ ଏଠାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ପୌର ପରିଷଦ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣଭାବେ ଭୂଲି ଯାଇଛନ୍ତି ବୋଲି ମନେ ହେଉଛି। ବିଶେଷ କରି ରାତ୍ରି ସମୟରେ ଉକ୍ତ ସ୍ଥାନଟି ଏତେ ଅନ୍ଧାର ରହୁଛି ଯେ, ଚୋରି, ଛିନତାଇ ଓ ଦୁର୍ଘଟଣା ଆଶଙ୍କାରେ ପଥଚାରୀମାନେ ଏହି ଅଣ୍ଡର ବ୍ରିଜ ଦେଇ ଚଳାଚଳ କରିବା ପାଇଁ ନିରାପଦ ମନେ କରୁନାହାନ୍ତି। ସେହିପରି ବର୍ତମାନ ବର୍ଷା ଦିନରେ ବ୍ୟାପକ ମାତ୍ରାରେ ପାଣି ଅଣ୍ଡର ବ୍ରିଜ ଠାରେ ନିଷ୍କାସନ ହୋଇ ନପାରି ଜମି ରହୁଛି। ଆଗାମୀ ଦିନଗୁଡ଼ିକରେ ପ୍ରବଳ ବର୍ଷା ହେଲେ ଏହି ବାଟ ଦେଇ ଯାଆସ କରିବା କଷ୍ଟସାଧ୍ୟ ହୋଇପଡ଼ିବ। ବିଗତ ବର୍ଷ ଗୁଡ଼ିକରେ ମଧ୍ୟ ପଥଚାରୀମାନେ ବର୍ଷା ଦିନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଣୁ ଏହି ବ୍ରିଜ ନିକଟରେ ଯେପରି ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରିବ, ସେଥିପାଇଁ ଦୃଷ୍ଟି ଦେବାକୁ ଦାବି ହେଉଛି। ତେବେ ତାଳଚେରର ଐତିହାସିକ ରଥଯାତ୍ରା ପୂର୍ବରୁ ଏହି ରାସ୍ତାର ଉଭୟ ପାଶ୍ୱର୍ରେ ଡ଼୍ରେନ ନିର୍ମାଣ କରିବା ସହ ଆଲୋକୀକରଣ ବ୍ୟବସ୍ଥା କରାଯିବା ପାଇଁ ପୌର କର୍ତୁପକ୍ଷ ଦୃଷ୍ଟି ଦେବାକୁ ଶର୍ମାଛକ ଓ ହାଣ୍ଡିଧୂଆଁ ବଣିକ ସଂଘ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.