Home ଜିଲ୍ଲା ପରିକ୍ରମା ହଜ୍ ଯାତ୍ରୀଙ୍କୁ ମୋହରା ମୁସଲିମ କମିଟିର ସମ୍ବର୍ଦ୍ଧନା

ହଜ୍ ଯାତ୍ରୀଙ୍କୁ ମୋହରା ମୁସଲିମ କମିଟିର ସମ୍ବର୍ଦ୍ଧନା

35

ନବରଙ୍ଗପୁର୍ ୨୬-୬ (ଓଡ଼ିଆ ପୁଅ) – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ ଚଳିତ ବର୍ଷ ୨ ଜଣ ମୁସଲମାନ ଧର୍ମାବଲମ୍ବୀ ଆଜି ପବିତ୍ର ହଜ୍ ଯାତ୍ରା ନିମନ୍ତେ ମକ୍କା, ମଦୀନା ଯାତ୍ରା କରିଛନ୍ତି। ଚନ୍ଦାହାଣ୍ଡିରୁ ପବିତ୍ର ହଜ୍ ଯାତ୍ରା ନିମନ୍ତେ ବରିଷ୍ଠ ବ୍ୟବସାୟୀ ମହମ୍ମଦ ରଫିକ ଓ ତାଙ୍କ ଧର୍ମ ପତ୍ନୀ ମିନାଜ ବାନୋ ଯାଇଛନ୍ତି। ଆଜି ଉଭୟ ହଜ୍ ଯାତ୍ରୀଙ୍କୁ ମୋହରା ମସଜିଦ କମିଟି ତରଫରୁ ଏକ ଶୋଭାଯାତ୍ରାରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ତାଙ୍କ ହଜ୍ ଯାତ୍ରା ସୁଗମ ନିମନ୍ତେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହମ୍ମଦ ୟୁନୁସ ମାଲକାନି, ଅବଦୁଲ ମଜିଦ, ମହମ୍ମଦ ୟୁନୁସ, ମହମ୍ମଦ ସକିଲ, ସୁଲତାନ ଅଲ୍ଲୀ, ଅବଦୁଲ କୟୁମ, ମହମ୍ମଦ ସଫିକ, ହାଜି ଇଲିୟାସ, ମହମ୍ମଦ ରଫିକ, ମହମ୍ମଦ ହୁସେନ, ମହମ୍ମଦ ରିଜଓ୍ବାନ, ଅସପାକ, ରେହାନ, ନୁମାନ, ଅକିଲ ସାହାଦତ ଅଲ୍ଲୀ, ମୁରାଦ ଅଲ୍ଲୀ ଙ୍କ ସମେତ ମୋହରା ମସଜିଦ କମିଟିର ସଦସ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.