Home ଅନୁଗୁଳ ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଢ଼େଙ୍କାନାଳ ସାଂସଦଙ୍କ ସମୀକ୍ଷା

ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ଢ଼େଙ୍କାନାଳ ସାଂସଦଙ୍କ ସମୀକ୍ଷା

67

ତାଳଚେର, ୨୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ଚଳିତ ବର୍ଷ ତାଳଚେରରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ରଥ ନିର୍ମାଣ କାର୍ଯ୍ୟ ଯୋରସୋରରେ ଚାଲୁଥିବା ବେଳେ ଅଚାନକ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ରଥ ନିର୍ମାଣ କାର୍ଯ୍ୟ ସ୍ଥଳ ଘୋଡ଼ାଶାଳା ଠାରେ ପହଁଚିଥିଲେ। ରଥଯାତ୍ରାକୁ ମାତ୍ର ଆଉ କିଛି ଦିନ ବାକି ଥିବାରୁ ସାଂସଦ ଶ୍ରୀ ସାହୁ ରଥ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ କାରିଗର ଓ ପୈାର ପ୍ରଶାସନ ସହିତ ବିଚାର ବିମର୍ଶ କରିଥିଲେ। ରଥକାର୍ଯ୍ୟରେ ନିୟୋଜିତ ମୁଖ୍ୟ ସନାତନ ମହାରଣାଙ୍କ ରଥ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ତଥା ଠିକ୍ ସମୟରେ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଏତଦ୍ ବ୍ୟତୀତ ରଥଯାତ୍ରା ଅନୁଷ୍ଠିତ ପୂର୍ବରୁ ରାସ୍ତାଘାଟରୁ ବାଲି, ଇଟା ଓ ଗୋଡ଼ିମାଟିକୁ ଉଠାଇବା, ପରିମଳ ବ୍ୟବସ୍ଥାକୁ ଦୃଷ୍ଟି ଦେବା, ବଡ଼ଦାଣ୍ଡ ସାହିର ଉଭୟ ପାର୍ଶ୍ୱ ଆଲୋକୀକରଣ ପ୍ରସଙ୍ଗରେ ନଗରପାଳ ପବିତ୍ର ଭୂତିଆଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.