Home କେନ୍ଦୁଝର ହାଣ୍ଡିଆ ବିକ୍ରୀ ବନ୍ଦ କରିବାକୁ ଯାଇ ରୋଷର ଶୀକାର ହେଲେ

ହାଣ୍ଡିଆ ବିକ୍ରୀ ବନ୍ଦ କରିବାକୁ ଯାଇ ରୋଷର ଶୀକାର ହେଲେ

251

ହାଟଡ଼ିହି, ୧୫ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଣ୍ଡିଆ ଓ ରସି ବନ୍ଦ କରିବାକୁ ଯାଇ ରୋଷର ଶୀକାର ହୋଇଛନ୍ତି କିଛି ଯୁବଗୋଷ୍ଠୀ । ଖବରରୁ ଜଣାଯାଇଛି ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ବଉଳା ଖାଦାନ ହାଟ ନିକଟରେ ନୁଟିଆ ଗ୍ରାମ ପଛପଟେ ହାଣ୍ଡିଆ ହାଟ ଦୀର୍ଘଦିନ ଧରି ଚାଲି ଆସୁଛି । ଏଠାରେ ନିୟମିତ ହାଣ୍ଡିଆ ପିଇ ଅନେକ ଲୋକ ଝଗଡାଝାଟି କରୁଥିବାବେଳେ ସମଗ୍ର ଅଞ୍ଚଳରେ ଅଶାନ୍ତି ଲାଗି ରହୁଛି । ଏଠାରେ ନିୟମିତ ଶହଶହ ଲୋକଙ୍କ ଭିଡ ଜମୁଛି । ଏବେ କରୋନା ଲକଡାଉନ ସମୟରେ ସବୁଆଡେ କରୋନା କଟକଣା ବଳବତ୍ତର ôତବାବେଳେ ଏଠାରେ ଲୋକମାନେ ତାହାକୁ ମାନୁ ନାହାନ୍ତି । ଏବେ ବଉଳା ଅଞ୍ଚଳର କିଛି ଲୋକ କରୋନା ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ହାଣ୍ଡିଆ ହାଟରେ ଶହଶହ ଲୋକଙ୍କ ଭିଡ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗ୍ରାମବାସୀ ମାନେ କିଛିଦିନ ତଳେ ସରପଞ୍ଚଙ୍କୁ ଓ ବଉଳା ଫାଣ୍ଡି ଅଧିକାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ସରପଞ୍ଚ ମଧ୍ୟ ପୁଲିସ କୁ ଜଣାଇ ଏହାର ପ୍ରତିକାର ପାଇଁ ଦାବି କରିଥିଲେ । କିନ୍ତୁ ପୁଲିସ କୌଣସି ପଦକ୍ଷେପ ନନେବାରୁ ଆଜି ଗ୍ରାମର ପୁର୍ଣ୍ଣ ପୁର୍ତ୍ତୀ, ଧ୍ରୁବ ଶୁଦ୍ଧୁଆ, ସାଧୁ ହୋ, ଚିନ୍ମୟୀ ହୋ, ସାବିତ୍ରୀ ହୋ, ସଞ୍ଜୁ ସିଙ୍କୁଙ୍କ ସମେତ କିଛି ଯୁବଗୋଷ୍ଠୀ ଏହାକୁ ବିରୋଧ କରିବା ପାଇଁ ଯାଇଥିଲେ । କିନ୍ତୁ ସେଠାରେ ହାଣ୍ଡିଆ ବିକୁଥିବା ଲୋକଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ବନ୍ଦ କରିବାକୁ ଯାଇଥିବା ଲୋକମାନଙ୍କୁ ପିଟାମରା କରି ଭଗାଇ ଦେଇଥିଲେ । ସେମାନେ ସେଠାରୁ ଆସି ବର୍ତ୍ତମାନ ବଉଳା ଫାଣ୍ଡିରେ ବସିଥିବା ଜଣାଯାଇଛି । ଅଜୟ ସିଙ୍କୁ ନାମକ ଜଣେ ଯୁବକ ଏ ସମ୍ପର୍କରେ ଫାଣ୍ଡିରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.