Home କେନ୍ଦୁଝର ଶାଳଣିଆଁରେ ଦୁଇଟି ଦୋକାନ ଜଳିଗଲା

ଶାଳଣିଆଁରେ ଦୁଇଟି ଦୋକାନ ଜଳିଗଲା

79

ହାଟଡ଼ିହି, ୧୫ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ବଜାରରେ ଆଜି ସକାଳୁ ସକାଳୁ ନିଆଁ ଲାଗି ଦୁଇଟି ଦୋକାନ ସମ୍ପୁର୍ଣ୍ଣ ଭଷ୍ମୀଭୁତ ହୋଇଯାିଥିବା ଜଣାଯାିଛି । ଖବରରୁ ଜଣାଯାିଛି ଯେ ବଜାରରେ ଥିବା ମକରଧ୍ୱଜ ଜେନା ପୂଜା ସାମଗ୍ରୀ ଓ ଫଳ ଦୋକାନ ଏବଂ ମନୋଜ ବେହେରାଙ୍କ ଭେରାଇଟ ଷ୍ଟୋରରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ଦୁଇଟିଯାକ ଦୋକାନ ଘର ଆଜବେଷ୍ଟସ ଘର ହୋଇଥିବାବେଳେ ଅଗ୍ନିକାଣ୍ଡରେ ଦୋକାନର ସମସ୍ତ ସାମଗ୍ରୀ ପୋଡି ଧ୍ୱଷଂ ହୋଇଯାିଛି । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.