Home ଜିଲ୍ଲା ପରିକ୍ରମା ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଦୈତ୍ୟ ଭୂମିକା ଯୋଗୁଁ ଅବହେଳାର ଶିକାର ସିଡାପୁଟ ବ୍ରିଜ , ଅଟକଳ...

ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଦୈତ୍ୟ ଭୂମିକା ଯୋଗୁଁ ଅବହେଳାର ଶିକାର ସିଡାପୁଟ ବ୍ରିଜ , ଅଟକଳ ମଞୁର ହୋଇ ନ ଥିବାରୁ ଟେଣ୍ଡର ବାତିଲ

27

କୋରାପୁଟ ୧୫-୦୬(ଓଡିଆ ପୁଅ /ରଂଜନ ଦାସ) ଗତ ମାର୍ଚ୍ଚମାସ ୫ ତାରିଖ ଦିନ ନନ୍ଦପୁର  ବ୍ଲକ ଅନ୍ତର୍ଗତ ମାଳିବେଳଗାଁ ପଂଚାୟତର ୮ ଗୋଟି ଗ୍ରାମକୁ ଯୋଗାଯୋଗର ଏକ ମାତ୍ର ସାଧନ ଥିବା ୪୦ ବର୍ଷର ପୁରୁଣା ଦୁର୍ବଳ ସିଡାପୁଟ ବ୍ରିଜ ଦେଇ ଏକ ଇଟା ବୋଝେଇ ଟ୍ରାକ୍ଟର ପାର କରୁଥିବା ସମୟରେ ବ୍ରିଜଟି ଭୁଷୁଡି ପଡିଥିଲା ।ଯାହାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ କିଛି ସମାଜସେବୀ ଓ ଲୋକ ପ୍ରତିନିଧି କୋରାପୁଟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଫଲତଃ ତତକ୍ଷଣାତ ଏକ ଡାଇଭରସନ ରୋଡ ନିର୍ମାଣ କରିବା ସହ ନୂତନ ବ୍ରିଜ ନିର୍ମାଣ ନିମନ୍ତେ ଅଟକଳ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଜିଲ୍ଲା ଖଣିଝ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ମଞୁର କରି ଟେଣ୍ଡର ପ୍ରକ୍ରୀୟା ମାଧ୍ୟମରେ ଠିକଦାର ଚୟନ କରି ବର୍ଷାଦିନ ଆଗରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନନ୍ଦପୁର ବ୍ଲକ ପ୍ରଶାସନ ବ୍ରିଜ ଭୁଷୁଡିବାର ୭ଦିନ ପରେ ଯୁଦ୍ଧକାଳୀନ ଭିତିରେ ଏକ ଡାଇଭରସନ ରାସ୍ତା ନିର୍ମାଣ କରି ଅଟକଳ କରିବାରେ ବିଳମ୍ବ କରିଥିଲେ ବୋଲି ଜଣାପଡିଛି ।ଗତମାସ ୭ ତାରିଖ ଦିନ ମାଳିବେଳଗାଁ ଓ ହିକିମପୁଟର ଅଦିନିଆ ବର୍ଷାପାଣି ନବନିର୍ମିତୟ ଡାଇଭରସନ ଉପରେ ଅଂଟାଏ ପାଣି ପ୍ରବାହିତ ହୋଇ ଧୋଇ ଦେଇଥିଲା । ଉକ୍ତଦିନ ଟାଙ୍ଗୁଆ ଗ୍ରାମର ୧୦ ବର୍ଷର ବାଳକ ଅଶୋକ କୁମାର ବଡନାୟକ ଉକ୍ତ ଡାଇଭରସନ ଦେଇ ବିପଦସଂକୁଳ ଅବସ୍ଥାରେ ପାର ହେଉଥିବା ସମୟେ ଗ୍ୟାସ ସିଲିଣ୍ଡର ସହ ଭାସି ଯାଉଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିଲେ । ପୁର୍ନବାର ଜିଲ୍ଲାପାଳଙ୍କୁ ଅବଗତ କରିବାରେ ସେ ବିଡିଓଙ୍କୁ ତୁଇଟର ମାଧ୍ୟମରେ କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଫଳତଃ ବିଡିଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କୋରାପୁଟର ଅଟକଳ ମଞୁର ନ ଥାଇ ଗତମାସ ୧୮ ତାରିଖ ଦିନ ତରବରିଆ ଭାବେ ସିଡାପୁଟ ବ୍ରିଜ ନିମନ୍ତେ ୪୩ ଲକ୍ଷ ୯୭ ହଜାର ୫୬୪ ଟଙ୍କାର ଟେଣ୍ଡର ଆହ୍ୱାନ କରିଥିଲେ ।ଟେଣ୍ଡର ନୋଟିସ ପ୍ରକାରେ ପେପର ମୁଲ୍ୟ ୬ ହଜାର ଟଙ୍କା ଥିବା ବେଳେ ତା ୨୦-୦୫-୨୧ରିଖଠାରୁ ତା ୨୭-୦୫-୨୧ରିଖ ପର୍ଯ୍ୟନ୍ତ ଏହା ବ୍ଲକ କାର୍ଯ୍ୟାଳୟରେ ଉପଲବ୍ଧ ହେବ ଓ ତା ୩୧-୦୫-୨୧ରିଖ ଦିନ ସକାଳ ୯ ଘଂଟିକାରେ ଟେଣ୍ଡର ବାକ୍ସ ଖୋଲାଯ୍ଧବ ଠିକାଦାର ଚୟନ କରିବାକୁ ନୋଟିସ ଜାରି କରିଥିଲେ ।କିନ୍ତୁ ୪ରୁ ୫ ଜଣ ଠିକାଦାର ୬ ହଜାର ଟଙ୍କା ଲେଖାଏଁ ବ୍ଲକ କାର୍ଯ୍ୟାଳୟରେ ପୈଠ କରି ପେପର କିଣି ସାରିବା ପରେ ହଠାତ ଟେଣ୍ଡର ପ୍ରକ୍ରୀୟାକୁ ବିଡିଓ କୈଳାସ ଚନ୍ଦ୍ର ଶିଆଲ ବାତିଲ କରି ଦେଇଥିଲେ ।ଏବେ ଉକ୍ତ ବ୍ରିଜ ଦେଇ ଯାତାୟତ କରୁଥିବା ମାଳିବେଳଗାଁ ପଂଚାୟତର ସିଡାପୁଟ ,ଟାଙ୍ଗୁଆ ,ବଦଳିପଣ୍ଡି,ଗୁଳପଣ୍ଡି,ସିଲପଣ୍ଡି,ପୂଜାରୀପୁଟ,ଖଡଗୈାଡପୁଟ,ପଣ୍ଡାପୁଟ ଓ ଅନ୍ୟ ଗ୍ରାମବାସୀ ବ୍ରିଜ ନିର୍ମାଣକୁ ନେଇ ଅନିଶ୍ଚିତା ଭିତରେ ଅଛନ୍ତି ।ବର୍ଷାଦିନ ।ାରମ୍ଭ ହୋଇଗଲାଣି କିପରି ଯାତାୟତ କରିବେ ସେହି ଚିନ୍ତାରେ ଗ୍ରାମବାସୀ  ରହିଛନ୍ତି ।ଏଥି ନିମନ୍ତେ ବିଡିଓ ଶ୍ରୀ ଶିଆଲଙ୍କ  ସହିତ ଯୋଗାଯୋଗ ହୋଇ ନ ଥିବାରୁ ପ୍ରତିକ୍ରୀୟା ମିଳିପାରି ନାହିଁ ।ନୂତନ ଭାବେ ଯୋଗ ଦେଇଥିବା ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ପାତ୍ରଙ୍କ ସହ ଯୋଗାଯୋଗ କରିବାରେ ଜିଲ୍ଲାପାଳଙ୍କ ଡିଏମଏଫ ମଞୁରୀ ମିଳିବା ପରେ ବ୍ଲକ ପ୍ରଶାସନ ଦ୍ୱାରା ଅଟକଳ ୪୩ ଲକ୍ଷ ୯୭ ହଜାର ୫୬୪ ଟଙ୍କାର କରାଯାଇ ମଞୁରୀ ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧିକାରଙ୍କ ନିକଟକୁ ପଠାଯାଇଥିଲା ।କିନ୍ତୁ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଏପିଡି(ଟେକ୍ନିକାଲ) ନ ଥିବାରୁ ଆମ କାର୍ଯ୍ୟାଳୟ ଦ୍ୱାରା ପ୍ରେରିତ ଅଟକଳରେ ତାଙ୍କ ଦସ୍ତଖତ ନ ହୋଇ ମଞୁରୀ ମିଳି ନ ଥିବା ସେ ପ୍ରକାଶ କରିଛନ୍ତି ।ଏପଟେ କାଯ୍ୟ୭ାଳୟର ଏଷ୍ଟିମେଟର ଅଶୋକ ପାଣିଗ୍ରାହୀ କହିଛନ୍ତି ଯେ ଉକ୍ତ ପ୍ରକଳ୍ପର ଅଟକଳ ନଥିପତ୍ର ତାଙ୍କ ପାଖକୁ ।ଆସି ନାହିଁ । ଖବର ନେବାରେ ଜଣାପଡିଛି ଯେ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ୩ ବର୍ଷରୁ ଉର୍ଦ୍ଧ୍ୱ ହେବ ଏପିଡି(ଟେକ୍ନିକାଳ) ସ୍ଥାୟୀ ପଦ ଖାଲି ପଡିଛି ।ଏପିଡି(ଟେକ୍ନିକାଲ) କେହି ନ ଥିବାରୁ କୋରାପୁଟ ଗ୍ରାମୀଣ ପାନୀୟ ଜଳ ଯୋଗାଣ ନିବ୭ାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ।କିନ୍ତୁ କୋରାପୁଟରେ ନିବ୭ାହୀ ଯନ୍ତ୍ରୀ ପଦ ଖାଲି ଥିବାରୁ ନବରଙ୍ଗପୁର ଗ୍ରାମୀଣ ପାନୀୟ ଝଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ କୋରାପୁଟରେ ଦାୟିତ୍ୱରେ ଅଛନ୍ତି ।ତେଣୁ ସେ ଦୁଇ ଜିଲ୍ଲାର ଗ୍ରାମୀଣ ପାନୀୟ ଜଳ ଯୋଗାଣର ନିର୍ବାହୀ ଯନ୍ତ୍ରୀ ସହ କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି(ଟେକ୍ନିକାଲ) ଦାୟିତ୍ୱରେ ରହିଥିବାରୁ ସଠିକ ଭାବେ ସମୟ ଦେଉ ନ ଥିବା ଅଭିଯୋଗ ହେଉଛି ।ଏଣୁ ଅନେକ ଉନ୍ନୟନ କାର୍ଯ୍ୟ ଠିକ ସମୟରେ ହୋଇପାରୁ ନାହିଁ । ଏବେ ପ୍ରଶ୍ନ ଉଠୁଛି ଯେ ପ୍ରକଳ୍ପ ମଞୁର ନ ଥାଇ କିପରି ଟେଣ୍ଡର ଆହ୍ୱାନ କରାଗଲା ଓ ପରବର୍ତି ସମୟରେ ବାତିଲ କରାଗଲା ।କୋରାପୁଟ ଡିଆରଡିଏ କାର୍ଯ୍ୟାଳୟରେ ୧୫ ଦିନ ତଳେ ପ୍ରକଳ୍ପର ଅଟକଳ ନଥିପତ୍ର ପ୍ରଦାନ କରାଯାଇଥିବା ସହକାରୀ ଯନ୍ତ୍ରୀ ଶ୍ରୀ ପାତ୍ର କହୁଥିବା ବେଳେ ଏଷ୍ଟିମେଟରଙ୍କ ପାଖକୁ ନଥିପତ୍ର ପହଂଚିବାକୁ କଣ ୧୫ ଦିନରୁ ଅଧିକା ସମୟ  ଲାଗିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।କୋରାପୁଟ ଜିଲ୍ଲାପାଳ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.