Home କୋରାପୁଟ କୋଟିଆ ପଂଚାୟତର୨୪୭୯ ଜଣ ବ୍ୟକ୍ତି କୋଭିଡ ଟୀକାନେଲେ , ସର୍ଭେ ପରେ ୩୯ ଜଣଙ୍କୁ ହସପିଟାଲକୁ...

କୋଟିଆ ପଂଚାୟତର୨୪୭୯ ଜଣ ବ୍ୟକ୍ତି କୋଭିଡ ଟୀକାନେଲେ , ସର୍ଭେ ପରେ ୩୯ ଜଣଙ୍କୁ ହସପିଟାଲକୁ ସ୍ଥାନାନ୍ତରିତ

53

କୋରାପୁଟ ୦୨-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର କୋଟିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ତରଫରୁ ଟୀକାକରଣ କେନ୍ଦ୍ର କରାଯାଇଛି ।ଟୀକାକରଣ କେନ୍ଦ୍ରରେ ଟୀକା ଦିଆଯିବା ସହ ସ୍ୱାସ୍ଥ୍ୟକର୍ମିମାନେ ଗ୍ରାମକୁ ଯାଇ ଟୀକା ଦେଉଛନ୍ତି ।ଗତମାସ ୨୯ ତାରିଖ ପର୍ଯ୍ୟନ୍ତ ସମୁଦାୟ ୨୪୭୯ ଜଣ ବ୍ୟକ୍ତି ଟୀକା ନେଇଥିବା କୋଟିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ପବିତ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି ।କୋଟିଆ ଓ ଥୁରିଆରରେ  ୧୫୨୯ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୯୫୦ ଜଣ ୨ୟ ଡୋଜ ନେଇଥିବା ସେ ସୂଚନା ଦେଇଛନ୍ତି ।କେବଳ କୋଟିଆରେ ୫୧୬ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୨୧୫ ଜଣ ୨ୟ ଡୋଜ ନେଇଥିବା ସେ ପ୍ରକାଶ କରିଛନ୍ତି ।କୋଟିଆ ପଂଚାୟତର ଆଶା ଓ ଅଙ୍ଗନବାଡି କର୍ମିମାନେ ଘରକୁ ଘର ଯାଇ ଲୋକମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି ।କୋଟିଆରେ  ଏ ପର୍ଯ୍ୟନ୍ତ ୨୨୯୬ ଜଣଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିବା ବେଳେ ୧୮ ଜଣ ବ୍ୟକ୍ତିଙ୍କ     ଲକ୍ଷଣ ଥିବା ଜଣାପଡିଥିଲା ।ସେଥି ମଧ୍ୟରୁ ୧୭ ଜଣଙ୍କୁ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।ସେହିପରି ଥୁରିଆରେ ଏ ପର୍ଯ୍ୟନ୍ତ ୨୩୪୪ଜଣଙ୍କ ସର୍ଭେ କରାଯାଇଥିବା ବେଳେ୨୬ଜଣ ବ୍ୟକ୍ତିଙ୍କ ଲକ୍ଷଣ ଥିବା ଜଣାପଡିଥିଲେ ।ସେଥି ମଧ୍ୟରୁ ୨୨ଜଣଙ୍କୁ ହସପିଟାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.