Home କେନ୍ଦୁଝର ସଂସ୍କୃତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ସଂସ୍କୃତ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

49

ହାଟଡିହି- ୨ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ବିଷ୍ଣୁପୁର ସ୍ଥିତ ଅନନ୍ତ ବାସୁଦେବ ସଂସ୍କୃତ ବିଦ୍ୟାପୀଠର ସହକାରୀ ଶିକ୍ଷକ ରମାକାନ୍ତ ଦ୍ୱିବେଦୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପଣ୍ଡିତ ବିମ୍ବାଧର ମିଶ୍ରତ୍ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ହାଟଡିହି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ଜେନା, ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର କାର୍ଯ୍ୟକାରିଣୀ ସଭାପତି ହରେକୃଷ୍ଣ ପାଣିଗ୍ରାହୀ, ନବ କୁମାର ପଣ୍ଡା, ବରିଷ୍ଠ ଶିକ୍ଷାବିତ ଗୋବିନ୍ଦ ଚନ୍‌ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ହାଟଡିହି ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷାବିତ କୋଦଣ୍ଡଧର ମହାନ୍ତି, ଗୋପୀନାଥ ଦ୍ୱିବେଦୀ, ମୃତ୍ୟୁଞ୍ଜୟ ପଲେଇ, ଅନିରୁଦ୍ଧ ସେଠୀ, ଅଭିରାମ ସ୍ୱାଇଁ, ନିରାକାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.