Home କେନ୍ଦୁଝର ହାଟଡିହି ବ୍ଲକର ୫ମ ଓ ତୃତୀୟ ଗରିବ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ

ହାଟଡିହି ବ୍ଲକର ୫ମ ଓ ତୃତୀୟ ଗରିବ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶିତ

42

ହାଟଡ଼ିହି-୧୭/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ୨୦୨୦ବର୍ଷର ୫ମ ଓ ୩ୟ ଶ୍ରେଣୀ ଗରିବ ମେଧାବୃତ୍ତି ପରୀକ୍ଷାଫଳ ପ୍ରକାଶ ପାଇଛି । ତୃତୀୟ ଶ୍ରେଣୀ ଗରିବ ମେଧାବୃତ୍ତି ପରୀକ୍ଷାରେ କପୁଣ୍ଡି ପ୍ରାଥମିକ ବିଦ୍ୟାଳୟର ସେମାନଥ ଜେନା ୭୭ମାର୍କ ରଖି ପ୍ରଥମ, ସୋସୋ ୟୁପି ସ୍କୁଲର ସାଇ ସୋନାଲିକା ରାଉତ ୭୭ମାର୍କ ରଖି ଦ୍ୱିତୀୟ, ନାହା ପ୍ରାଥମିକ ବିଦ୍ୟାଳୟର ସାଇସ୍ମୃତୀ ରାଉତ ୭୪ମାର୍କ ରଖି ତୃତୀୟ, ସରସ୍ୱତୀ ଶିଶୁମନ୍ଦିର ମତାବାଜର ପାର୍ଥ କୁମାର ସା ୭୪ମାର୍କ ରଖି ୪ର୍ଥ, ସରମଙ୍ଗା ପ୍ରାଥମିକ ବିଦ୍ୟାଳୟର ବର୍ଷା ପ୍ରୀୟଦର୍ଶନୀ ସ୍ୱାଇଁ ୫ମ, ମଟରାଗାଡିଆ ପ୍ରାଥମିକ ବିଦ୍ୟାଳୟର ଦିବ୍ୟାଶା ନାୟକ ୭୨ମାର୍କ ରଖି ୬ଷ୍ଠ ଓ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ମତାବାଜର ଅଂଶୁମାନ ରାଉତ ୭୨ମାର୍କ ରଖି ସପ୍ତମ ସ୍ଥାନ ହାସଲ କରିଥିବା ବିଇଓଙ୍କ କାର୍ଯ୍ୟାଳୟ ସୁତ୍ରରୁ ସୁଚନା ଦିଆଯାଇଛି । ସେହିପରି ୫ମ ଶ୍ରେଣୀ ଗରିବ ମେଧାବୃତ୍ତି ପରୀକ୍ଷାରେ ବଞ୍ଚୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ସୁନିତାରାଣୀ ରାଉତ ୬୯ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାବେଳେ ନିଉଦାନି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଦେବସ୍ମୀତା ବଳ ୬୭ମାର୍କ ରଖି ଦ୍ୱିତୀୟ, ବଳଭଦ୍ରପୁର ପ୍ରାଥମିକ ବିଦ୍ୟାଳୟର ଦେବସ୍ମୀତା ବରାଳ ୬୬ମାର୍କ ରଖି ତୃତୀୟସ୍ଥାନ ହାସଲ କରିଛନ୍ତି । ସେହିପରି ମତାବାଜ ସରସ୍ୱତୀ ବିଦ୍ୟାମନ୍ଦିରର ପ୍ରଜ୍ଞାଶ୍ରୀ ବେହେରା ୬୬ମାର୍କ ରଖି ଚତୁର୍ଥ, ବଣିଆରୀ ମୁଦୁଲିପଦା ସ୍କୁଲର ରାଜକିଶୋର ସାହୁ ୬୫ମାର୍କ ରଖି ୫ମ, ଛେନାପଦି ୟୁଜିୟୁପି ସ୍କୁଲର ପ୍ରଭୁଜିତ ସା ୬୪ମାର୍କ ରଖି ୬ଷ୍ଠ, ଓ ଷଡଙ୍ଗ ଆର.ବି ହାଇସ୍କୁଲର ଓମ ପ୍ରକାଶ ସେଠୀ ୬୪ମାର୍କ ରଖି ସପ୍ତମ ସ୍ଥାନ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.