Home କେନ୍ଦୁଝର ଅନିଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁଣ୍ଡିସାହି ଚମ୍ପିୟାନ

ଅନିଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁଣ୍ଡିସାହି ଚମ୍ପିୟାନ

14

ହାଟଡ଼ିହି-୧୭/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ରମ୍ପାସ ଠାରେ ଚାଲିଥିବା ଅନିଲ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ କେୱାଇସି କୁଣ୍ଡିସାହି ଜେ.ବି.ଡି.ଏମ ରମ୍ପାସକୁ ପରାସ୍ତକରି ଚମ୍ପିୟାନ ହୋଇଛି । ପ୍ରଥମେ କେୱାଇସି କୁଣ୍ଡିସାହି ଟସ ଜିତି ବ୍ୟାଟିଂକରି ନିର୍ଦ୍ଧାରିତ ୧୫ଓଭରରେ ୧୫୩ରନ କରିଥିଲା । ତାର ଜବାବରେ ଜେ.ବି.ଡି.ଏମ ରମ୍ପାସମାତ୍ର ୧୦୦ରନ କରିବାକୁ ସମର୍ଥ ହୋଇଥିଲା । କେୱାଇସିର ପକ୍ଷରୁ ସିପୁ ଜେନା ୩ଓଭର ବୋଲିଂ କରି ୫ଟି ଉଇକେଟ ଅକ୍ତିଆର କରିଥିବାରୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଅମ୍ପାୟାର ଭାବେ ବାପୁ ରଣା ଓ ଶାନ୍ତନୁ ଖୁଣ୍ଟିଆ ଖେଳ ପରିଚାଳନା କରିଥିବାବେଳେ ଦୟା ସାହୁ ସ୍କୋରର ଓ ଶଶିକାନ୍ତ ଜେନା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବଡରମ୍ପାସ ପଞ୍ଚାୟତର ବିଜେଡି ସଭାପତି ବଳରାମ ସାହୁ ଅତିଥିଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.