Home କେନ୍ଦୁଝର ଶାସଙ୍ଗରେ ଅଷ୍ଟପ୍ରହରୀ ନାମଯଜ୍ଞ

ଶାସଙ୍ଗରେ ଅଷ୍ଟପ୍ରହରୀ ନାମଯଜ୍ଞ

195

ହାଟଡ଼ିହି-୧୭/୩, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିମ୍ବାଧର ବିଶ୍ୱାଳ ଓ ସଞ୍ଜୁଲତା ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞରେ ଗତ ସୋମବାର ରାତିରେ ବୀରଭଦ୍ର ବିଶ୍ୱାଳ, ସଞ୍ଜୟ କୁମାର ବିଶ୍ୱାଳ, ବାବନ ବିଶ୍ୱାଳ, କଣ୍ଡୁରୁ ବେହେରା, ବିଜୁ ବେହେରା, ଚନ୍ଦନ ସାମନ୍ତରାୟ, ଆଦର୍ଶ ନାୟକ, ଭୋଳା ଦାସଙ୍କ ଦ୍ୱାରା ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ନାମଯଜ୍ଞ ମଣ୍ଡପରେ କଳଶ ଗୁଡିକ ସ୍ଥାପନ କରାଯାଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରାଯାଇଥିଲା । ଏଥିରେ ଅକରୁଆ, ଶାସଙ୍ଗ, କରଗୋଳା, ଲକ୍ଷ୍ମୀନାରାୟଣଜୀୟୁ ଶିବନାରାୟଣପୁର, ବୃନ୍ଦାବନଜୀୟୁ ଶିବନାରାୟଣପୁର, ଡଅଁର, ସୁଜୁନାପାଳ, ଜଳସରପୁର ଗ୍ରାମର ଗୌରଭକ୍ତବୃନ୍ଦ ଯୋଗଦେଇ ନାମସଙ୍କିର୍ତ୍ତନ କରିଥିଲେ । ଏହି ନାମଯଜ୍ଞରେ ବିଦ୍ୟାଧରପୁର, ପଢ଼ିଆରିପଲ୍ଲୀ, ଛେନାପଦି, ଶାଳଣିଆଁ, ଡଅଁର, ରମ୍ପାସ, ଢ଼େଙ୍କା, ସଢ଼ା, ମରୈଗାଁ, ହାଟଡିହି, ମୁଗୁପୁର, ଆଇତିପୁର, ଡଅଁର, ପନ୍ଦାଡୋ, ଶାଳଣିଆଁ, ସୋସୋ, ସମଣା, ବଞ୍ଚୋ ପ୍ରଭୃତି ଅଞ୍ଚଳର ଶହଶହ ଶ୍ରଦ୍ଧାଳୁ ଏହି ନାମଯଜ୍ଞରେ ଯୋଗଦେଇଥିବା ବେଳେ ଆଜି ଅପରାହ୍ନରେ ତିନୋଟି ଗୌରଭକ୍ତ ଦଳଙ୍କ ଦ୍ୱାରା ନଗର ପରିକ୍ରମା କରାଯିବାପରେ ସନ୍ଧ୍ୟାରେ ଦଧିଭାଣ୍ଡ ଭଙ୍ଗାଯାଇ କଳଶ ବିସର୍ଜନ କରାଯାଇଥିଲା । ବୀରଭଦ୍ର ବିଶ୍ୱାଳ, ବିମ୍ବାଧର ବିଶ୍ୱାଳ, ଶଶୀକାନ୍ତ ବିଶ୍ୱାଳ, ରତ୍ନମଣୀ ବିଶ୍ୱାଳ, କୋକିଳ ବିଶ୍ୱାଳ, ସତ୍ୟଭାମା ବିଶ୍ୱାଳ, ସଞ୍ଜୁଲତା ବିଶ୍ୱାଳ, ସ୍ନେହମୟୀ ବିଶ୍ୱାଳ, ସୁନି ବିଶ୍ୱାଳ, ପ୍ରଦୀପ କୁମାର ବିଶ୍ୱାଳ, ବିଜୟ କୁମାର ବିଶ୍ୱାଳ, ବିଶ୍ୱଜିତ ବିଶ୍ୱାଳ, ସଞ୍ଜୟ ବିଶ୍ୱାଳ, ଶୁଭପ୍ରକାଶ ବିଶ୍ୱାଳ, ସତ୍ୟ ପ୍ରକାଶ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶାସଙ୍ଗ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.