Home କେନ୍ଦୁଝର ହାଟଡିହି ବ୍ଲକରେ ୪୦୦ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ହାଟଡିହି ବ୍ଲକରେ ୪୦୦ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

26

ହାଟଡିହି- ୧୯ /୫ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଗାଁ ଗାଁରେ ପଜେଟିଭି ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ତଥାପି ଳୋକମାନେ ସରକାରଙ୍କ କଟକଣାକୁ ମାନୁ ନଥିବା, ସାମାଜିକ ଦୁରତାକୁ ମାନୁ ନଥିବା ଦେଖିବାକୁ ମିଳିଛି । ଚାରିଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଟପିଲାଣି । ଗତକାଲି ଗୋଟିଏ ଦିନରେ ପୁଣି ୨୩ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ୪୦୪ରେ ପହଞ୍ଚିଛି । ଗତକାଲି ବଞ୍ଚୋ ପଞ୍ଚାୟତରେ ୪ଜଣ, ସମଣା ପଞ୍ଚାୟତରେ ୨ଜଣ, ଅଁରା ପଞ୍ଚାୟତରେ ୨ଜଣ, ହାଟଡିହି ପଞ୍ଚାୟତରେ ୩ଜଣ, ଢ଼େଙ୍କା ପଞ୍ଚାୟତରେ ଜଣେ, ହଦଗଡ ପଞ୍ଚାୟତରେ ଜଣେ, ଶାସଙ୍ଗ ପଞ୍ଚାୟତରେ ୮ଜଣ, ଜମ୍ଭୀରା ପଞ୍ଚାୟତରେ ୨ଜଣ, ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.