Home କେନ୍ଦୁଝର ଲକଡାଉନରେ ମଦବିକ୍ରୀ, ଲୋକେ ମାନିଲେନି କଟକଣା

ଲକଡାଉନରେ ମଦବିକ୍ରୀ, ଲୋକେ ମାନିଲେନି କଟକଣା

58

ହାଟଡିହି- ୧୯ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାଳଣିଆଁ ଠାରେ ଆଜି ମଦଦୋକାନରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ଏଠାରେ ଥିବା ବିଦେଶୀ ମଦଦୋକାନ ଆଜି ପୁଜା ହେବାପରେ ୪ଟା ବେଳକୁ ଲୋକଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା । ଶହଶହ ଲୋକ ମଦନେବାପାଇଁ ଗହଳି କରିବାରୁ ମଦ ଦୋକାନୀ ଜଣକ ଲୋକମାନଙ୍କୁ ଦୋକାନ ପଛପାଖକୁ ପଠାଇଦେଇଥିଲା । ଶହଶହ ଲୋକ ମଦନେବାପାଇଁ ଗହଳି କରିବାରୁ ସେହି ସ୍ଥାନରେ କରୋନା କଟକଣାକୁ କେହି କାନି ନଥିଲେ । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚିବାପରେ ଲୋକମାନେ ପୁଲିସ ଗାଡି ଦେଖି ଯେ ଯୁଆଡେ ଦୌଡି ପଳାଇଥିଲେ । କରୋନ କଟକଣା ବଳବତ୍ତର ଥିବାବେଳେ ମଦ ହୋମ ଡେଲିଭରି ହେଉଥିବାବେଳେ କିପରି ଏହି ମଦଦୋକାନ ଖୋଲାଗଲା ଓ ମଦବିକ୍ରୀ ହେଲା ତାହାକୁ ନେଇ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭାଗୀୟ ଅଧିକାରୀ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.