Home ଜିଲ୍ଲା ପରିକ୍ରମା ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ନାବାଳିକା ଫେରାର, ଚିନ୍ତାରେ ୪ ନାବାଳିକାଙ୍କ ପରିବାର

ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି ନାବାଳିକା ଫେରାର, ଚିନ୍ତାରେ ୪ ନାବାଳିକାଙ୍କ ପରିବାର

14

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ମୁଣ୍ଡବ୍ୟଥାର କାରଣ ପାଲଟିଛି ନାବାଳିକା ଫେରାର ଘଟଣା । ଗୋଟିଏ ମାସରେ ଧାମରା ଅଂଚଳର ଗୋଟିଏ ନୁହେଁ ୪ଟି ନାବାଳିକା ଫେରାର ହୋଇଯିବା କଥା କୁ ନାବାଳିକାଙ୍କ ପରିବାର ସହଜରେ ଗ୍ରହଣ କରି ପାରୁ ନଥିବା ବେଳେ ପୁଲିସ ପ୍ରଶାସନ କଣ କରିବ ତାହା ମଧ୍ୟ ପୁଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ବଢାଇଛି । ଖବରରୁ ପ୍ରକାଶ ଧାମରା ଥାନା ଅଧିନରେ ଥିବା ଧାମରା ଗ୍ରାମର ଏକ ନବମ ଶ୍ରେଣୀର ଝିଅ କୁ ଧାମରା ମେରାଇନ ଥାନା ଅର୍ନ୍ତଗତ ଜାଗୁଳା ଗ୍ରାମର ଏକ ନାବାଳକ ପୁଅ ନେଇ ଫେରାର ହୋଇ ଯାଇଥିବା କଥା ଧାମରା ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଗୁଆଁଳ ଗ୍ରାମର ଏକ ନାବାଳିକାକୁ କୁ ଜାଗୁଳା ଗ୍ରାମର ଏକ ନାବାଳକ ନେଇ ଫେରାର ହୋଇଯାଇଥିବା କଥା ମଧ୍ୟ ଧାମରା ଥାନାରେ ଅଭିଯୋଗ ହୋଇଛି । ପୁନଶ୍ଚ ଧାମରା ଗ୍ରାମର ଜୈନିକ ନାବାଳକ ଗୁଆଁଳ ଗ୍ରାମର ଏକ ନାବାଳିକାକୁ ନେଇ ଫେରାର ହୋଇଯାଇଥିବା କଥା ମଧ୍ୟ ଧାମରା ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ୪ର୍ଥ ଖବର ଅନୁଯାୟୀ ଧାମରା ମେରାଇନ ଥାନା ଅର୍ନ୍ତଗତ ଜାଗୁଳା ପଂଚାୟତର ଏକ ନାବାଳିକା ଝିଅକୁ ନିକଟସ୍ଥ ଧାମରା ଗ୍ରାମର ଏକ ନାବାଳକ ନେଇ ଫେରାର ହୋଇ ଯାଇଥିବା କଥା ଧାମରା ମେରାଇନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଏହି ସମସ୍ତ ଘଟଣା ଗୁଡିକ ପୁଲିସ ପ୍ରଶାସନ ପାଖରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ପ୍ରଶାସନ କଣ କରିବ ସେ ନେଇ ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଛି ।ଯଦି ପୁଲିସ ପ୍ରଶାସନ ନାବାଳିକା ମାନଙ୍କୁ ଠାବ କରି ଆଣିବାରେ ସକ୍ଷମ ହୁଏ ତାହେଲେ ନାବାଳିକାଙ୍କ ପରିବାର ସେମାନଙ୍କ ନାବାଳିକା ଝିଅ ମାନଙ୍କୁ ଗ୍ରହଣ କରିବେ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ ହୋଇ ପଡିଥିବା ବେଳେ ସେମାନଙ୍କୁ ଠାବ କରି ସୁଧାର ଗୃହରେ ଛାଡିବା ଜରୁରୀ ବୋଲି ସାଧାରଣରେ ଚର୍ଚା ।ଇତି ମଧ୍ୟରେ କେତୋଟି ପରିବାର ବାଲ୍ୟ ବିବାହ କରି ନାବାଳିକା ବଧୂ ମାନଙ୍କୁ ନିଜର ପୁତ୍ରବଧୂ ଭାବରେ ଗ୍ରହଣ କରି ସାରିଲେଣି । ରାଜ୍ୟରେ ଶିଶୁଙ୍କ ସୁରକ୍ଷା ପାଇଁ ଶିଶୁ ଅଧିକାର ଆଇନ ଓ ବାଲ୍ୟବିବାହ ନିଷେଧ ଆଇନ ଥାଇ ମଧ୍ୟ ଅଂଚଳରେ ବାଲ୍ୟ ବିବାହର ପରିମାଣ ବଢି ବଢି ଚାଲିଥିବା ବେଳେ ପୁଲିସ ପ୍ରଶାସନ କେବଳ ଧର୍ମକୁ ଆଖିଠାର ମାରି ୨ଟି ପରିବାର ମଧ୍ୟରେ ଆପୋଷ ସମାଧାନ କରିବାକୁ ଚେଷ୍ଠିତ ବୋଲି ସାଧାରଣରେ ଚର୍ଚା ଚାଲିଛି । ବର୍ତମାନ ପରିସ୍ଥିତିରେ ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହୁଥିବାରୁ ଏହି ବାଲ୍ୟ ବିବାହ ବଢି ବଢି ଚାଲିଛି ବୋଲି ମଧ୍ୟ ସାଧାରଣରେ ଚର୍ଚା. । ଆଗାମୀ ଦିନରେ ଏହାକୁ ରୋକ ଲଗା ନହେଲେ ଧାମରା ଅଂଚଳରେ ବାଲ୍ୟ ବିବାହ ଏକ ଆଇନରେ ପରିଣତ ହୋଇଯିବ ।ଏ ବାବଦରେ ଧାମରା ଅଂଚଳରେ ଥିବା ଥାନାଧିକାରୀଙ୍କ ମତାମତ ଲୋଡିବାରୁ ସେ ଆଇନ ଆଇନ ବାଟରେ ଯିବ ବୋଲି କହି ପ୍ରସଙ୍ଗ ଏଡାଇ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.