Home କେନ୍ଦୁଝର ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

40

ହାଟଡ଼ିହି, ୧୭ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ଜିଲ୍ଲା ଅନ୍ୟ ବ୍ଲକ ତୁଳାନାରେ ଏଠାରେ ସଂକ୍ରମିତ ଅଧିକ ଚିହ୍ନଟ ହେଉଥିବାରୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି । ଗତବର୍ଷ ମାତ୍ର ୬୪୪ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ଜୁନ ୧୬ତାରିଖ ସୁଧା ଆକ୍ରାନ୍ତିଙ୍କ ସଂଖ୍ୟା ୧୦୩୫ରେ ପହଞ୍ଚିଛି । ଗତ ୧୪ତାରିଖରେ ବିଭିନ୍ନ ପଞ୍ଚାୟତରୁ ୩୦ଜଣ ଚିହ୍ନଟ ହୋଇଥିବାବେଳେ ୧୫ ଓ ୧୬ତାରିଖ ଦୁଇଦିନରେ ୨୩ଜଣ ଚିହ୍ନଟ ହୋଇଛନ୍ତି । ଏହି ଦୁଇଦିନ ଭିତରେ ଅକରୁଆ ପଞ୍ଚାୟତରେ ଜଣେ, ମରୈଗାଁ ପଞ୍ଚାୟତରେ ୬ଜଣ, ଢଡଅଁର ପଞ୍ଚାୟତରେ ୩ଜଣ, ସମଣା ପଞ୍ଚାୟତରେ ୨ଜଣ, ଓରାଳି ପଞ୍ଚାୟତରେ ଜଣେ, ସଢ଼ା ପଞ୍ଚାୟତରେ ଜଣେ, ବଡରମ୍ପାସ ପଞ୍ଚାୟତରେ ଜଣେ, ଅଁରା ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ ଜଣେ, ଢ଼େଙ୍କା ପଞ୍ଚାୟତରେ ୪ଜଣ ଶାସଙ୍ଗ ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ବର୍ତ୍ତମାନ ସୁଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩୦ଜଣ ସୁସ୍ଥ ହୋଇଥିବାବେଳେ ୨୦୫ଜଣ ସଂକ୍ରମିତ ଥିବା ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.