Home ଓଡ଼ିଶା ଚାନ୍ଦପୁର ଗ୍ରିଡ୍ ରୁ ରଣପୁର କୁ ବିଦ୍ୟୁତ୍ ଯୋଗାଣ ବିଳମ୍ବ ନେଇ ହିତାଧିକାରୀ ଅସନ୍ତୋଷ

ଚାନ୍ଦପୁର ଗ୍ରିଡ୍ ରୁ ରଣପୁର କୁ ବିଦ୍ୟୁତ୍ ଯୋଗାଣ ବିଳମ୍ବ ନେଇ ହିତାଧିକାରୀ ଅସନ୍ତୋଷ

43

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୬- ନୟାଗଡ ଜିଲ୍ଲା ରଣପୁର କୁ ଚାନ୍ଦପୁର ଗ୍ରିଡ୍ ରୁ ବିଦ୍ୟୁତ୍ ସଂଯୋଗ ବିଳମ୍ବ ନେଇ ଜନଅସନ୍ତୋଷ ବ୍ୟାପିବାରେ ଲାଗିଛି । ରଣପୁର କୁ ଚାନ୍ଦପୁର ଦୂରତ୍ୱ ୧୬ କିଲୋମିଟର । ଚାନ୍ଦପୁର ରୁ ସେହି ରାସ୍ତା ଦେଇ ଖଣ୍ଡିସି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ରହିଅଛି । ତେଣୁ ଖଣ୍ଡିସି ଠାରୁ ମାତ୍ର ୬ କିଲୋମିଟର ଦୂର ହେଉଛି ରଣପୁର ବିଦ୍ୟୁତ୍ କାର୍ଯ୍ୟାଳୟ । କିନ୍ତୁ ରଣପୁର କୁ ନୟାଗଡ ରାଜପାଟଣା ଗ୍ରିଡ୍ ରୁ ବିଦ୍ୟୁତ୍ ସଂଯୋଗ ହୋଇଅଛି । ଯାହାଫଳ ରେ ସାମାନ୍ୟ ବର୍ଷା କି ପବନ ହେଲେ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହୋଇ ଯାଉଛି । ଯାହାକୁ ନେଇ ହିତାଧିକାରୀ ମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି । ୨୦୧୪ ମସିହାରେ ତତ୍‌କାଳୀନ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ,  ରାଜ୍ୟସଭା ସାସଂଦ ରବି ନାରାୟଣ ମହାପାତ୍ର  ଓ ପୁରୀ ଜିଲ୍ଲା ସାସଂଦ ପୀନାକି ମିଶ୍ର ଙ୍କ ଉଦ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟୁତ୍ ସମସ୍ୟା ଦୂର ପାଇଁ ଚାନ୍ଦପୁର ଠାରେ ଏକ ଗ୍ରିଡ ଉଦଘାଟନ କରିଥିଲେ । ପରବର୍ତ୍ତି ସମୟରେ ଏକା ରଣପୁର କୁ ସଂଯୋଗୀକରଣ କରାଯାଇନାହିଁ ।

କିନ୍ତୁ ନୟାଗଡ ରାଜପାଟଣା ଗ୍ରିଡ୍ ରୁ ଅନେକ ସମୟରେ ଦିନ ଦିନ ଧରି ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହେବାପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଖଣ୍ଡିସି ଠାରୁ ରଣପୁର ୬ କିଲୋମିଟର ବିଦ୍ୟୁତ୍ ସଂଯୋଗ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଲେଖିଥିଲେ । ଯାହାଫଳରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଦିନ ପରେ ଦିନ ଗଡିଚାଲିଛି । ଏ ସର୍ମ୍ପକେ ବାଲୁଗାଁ ଟାଟା ପାୱାର କେନ୍ଦ୍ରିୟ ବିଦ୍ୟୁତ୍ ପରିବଣ୍ଟନ ପରିଚାଳକ ଶିବ ପ୍ରସାଦ ବଳିୟାରସିଂ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ୬ କିଲୋମିଟର ଭିତରେ ୫୨ ଗୋଟି ବିଦ୍ୟୁତ୍ ଖୁଣ୍ଟ ପଡିସାରିଲାଣି  ଯାହାଫଳରେ ୭୦ ଭାଗ କାମ ସରିଥିଲେ ମଧ୍ୟ ୩୦ ଭାଗ କାମ ବାକି ରହିଛି । ଯାହାକୁ ଖୁବଶୀଘ୍ର ଶେଷ କରାଯିବ । ଜମିରେ ବର୍ଷା ଜଳ ଯୋଗୁଁ କାର୍ଯ୍ୟ କରିବାରେ ବିଳମ୍ବ ଘଟୁଛି । ଏ ସର୍ମ୍ପକେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି କିଛି ବୈଷୟିକ ତ୍ରୁଟି ରହିଥିବା ଯୋଗୁଁ କାର୍ଯ୍ୟରେ ବିଳମ୍ବ ଘଟୁଛି । ରଣପୁରକୁ ନୟାଗଡ ରାଜପାଟଣା ପଟୁ ଏବଂ ଚାନ୍ଦପୁର ଗ୍ରିଡ୍ ରୁ ବିଦ୍ୟୁତ୍ ସଂଯୋଗୀକରଣ କରାଯିବ । ଅପରପକ୍ଷେ ବିଳମ୍ବ ନେଇ ବିଦ୍ୟୁତ୍ ହିତାଧିକାରୀ ମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.