Home କେନ୍ଦୁଝର ବୈତରଣୀ ନଦୀରୁ ଅପରିଚିତ ମହିଳାଙ୍କ ଶବ ଉଦ୍ଧାର

ବୈତରଣୀ ନଦୀରୁ ଅପରିଚିତ ମହିଳାଙ୍କ ଶବ ଉଦ୍ଧାର

113

ହାଟଡ଼ିହି, ୧୭ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଗିରିଗାଁ ନିକଟସ୍ଥ ବୈତରଣୀ ନଦୀରୁ ଏକ ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଆଜି ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ କିଛି ବ୍ୟକ୍ତି ଶବଟି ନଦୀରେ ଭାଷୁଥିବା ଦେଖି ଜଣାଇବା ପରେ ଶହଶହ ଲୋକଙ୍କ ଭିଡ ଲାଗିଥିଲା । ମହିଳା ଜଣକ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବାବେଳେ ଦେହସାରା ଫୋଟକା ହୋଇଯାଇଥିବା ଦେଖିବାକୁ ମିଳିଥିଲା । କେହି ମହିଳାଙ୍କୁ ହତ୍ୟାକରି ନଦୀରେ ଭଷାଇ ଦେଇଥିବା ସ୍ଥାନୀୟ ଲୋକମାନେ ଅନୁମାନ କରୁଛନ୍ତି । ଖବରପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦ କରିବା ସହିତ ଶବକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.