Home କେନ୍ଦୁଝର ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୫ ଛୁଇଁଲା

ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨୫ ଛୁଇଁଲା

31

ହାଟଡିହି- ୨୦ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଏବେ ଦ୍ରୁତ ଗତିରେ ମାଡି ଚାଲିଛି । ହାଟଡିହି ବ୍ଲକ ଅଞ୍ଚଳରେ ମଧ୍ୟ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ଗାଁ ଗାଁରେ ପଜେଟିଭି ସଂଖ୍ୟା ବୃଦ୍ଧି ପାଉଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ତଥାପି ଲୋକମାନେ ସରକାରଙ୍କ କଟକଣାକୁ ମାନୁ ନଥିବା, ସାମାଜିକ ଦୁରତାକୁ ମାନୁ ନଥିବା ଦେଖିବାକୁ ମିଳିଛି । ଗତକାଲି ଗୋଟିଏ ଦିନରେ ପୁଣି ୨୧ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ୪୨୫ରେ ପହଞ୍ଚିଛି । ଗତକାଲି ବଞ୍ଚୋ ପଞ୍ଚାୟତରେ ୩ଜଣ, ସମଣା ପଞ୍ଚାୟତରେ ୭ଜଣ, ମରୈଗାଁ ପଞ୍ଚାୟତରେ ୫ଜଣ, ଇଞ୍ଚୋଳ ପଞ୍ଚାୟତରେ ଜଣେ, ବଡରମ୍ପାସ ପଞ୍ଚାୟତରେ ଜଣେ, ସଢ଼ା ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ ଦୁଇଜଣ, ପଞ୍ଚୁଗୋଛିଆ ପଞ୍ଚାୟତରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଘରଘର ବୁଲି ଔଷଧପତ୍ର ଯୋଗାଇ ଦିଆଯାଉଥିବାବେଳେ ସେମାନେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିବା ବିପିଓ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.