Home କେନ୍ଦୁଝର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଆମ୍ବୋରେ କରୋନା ସଂକ୍ରମଣ ସମୀକ୍ଷା

ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରା ଆମ୍ବୋରେ କରୋନା ସଂକ୍ରମଣ ସମୀକ୍ଷା

46

ହାଟଡିହି- ୨୦ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆମ୍ବୋ ଗ୍ରାମପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି । ଆମ୍ବୋ ପଞ୍ଚାୟତରେ ୨୦ଜଣ ପାଖାପାଖି କରୋନା ସଂକ୍ରମିତ ହେବାପରେ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । କିନ୍ତୁ କିଛି ଅମାନିଆ ସରକାରଙ୍କ କଟକଣାକୁ ମାନୁ ନଥିବାରୁ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି । ଏଥିପାଇଁ ଆଜି ସରପଞ୍ଚ ରାମଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବୈଠକ ବସି କରୋନା ସଂକ୍ରମଣ ବୃଦ୍ଧି କୁ ରୋକିବା ପାଇଁ ଆଲୋଚନା କରାଯାଇଥିଲା । ଲୋକମାନେ ସରକାରଙ୍କ କଟକଣାକୁ ମାନୁ ନଥିବାରୁ ଆବଶ୍ୟକ ସ୍ଥଳେ କିଛି ସାହିରେ କ୍ୱାଟେଣ୍ଟନମେଣ୍ଟ ଜୋନ ଓ କିଛି ଗ୍ରାମରେ ସର୍ଟ ଡାଉନ ଭଳି ପଦକ୍ଷେପ ନେବାକୁ ନିଷ୍ପତି ନେଇଥିଲେ । ଯେଉଁମାନେ ରାଜ୍ୟ ବାହାରୁ ଫେରୁଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତି ସହ ସେମାନେ କିପରି ସଂଗରୋଧରେ ରହିବେ ଓ ସେମାନଙ୍କ ନମୁନା ପରୀକ୍ଷା କରାଇବେ ସେନେଇ ଆଲୋଚନା କରାଯାଇଥିଲା । ସେହିପରି ଗାଁ କଲ୍ୟାଣ ସମିତି ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇବା ଦିଗରେ ଆଲୋଚନା ହୋଇଥିଲା । ଏଥିରେ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ନନ୍ଦିପଦା ଥାନା ଅଧିକାରୀ ମଦନ ନାୟକ, ଡାକ୍ତର ପ୍ରଶାନ୍ତ ନାୟକ, ଫାର୍ମାସିଷ୍ଟ ସଙ୍ଗୀତା ଦାସ, ପଞ୍ଚାୟତର ପିଇଓ ବିକଳ୍ପ କୁମାର ନାୟକ, ଜିଆରଏସ ପ୍ରଶାନ୍ତ ବାରିକ, ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ବାରିକ, ପୁର୍ବତନ ସରପଞ୍ଚ ସୁବ୍ରତ କୁମାର ମହାପାତ୍ର, ବରିଷ୍ଠ ନାଗରିକ ପ୍ରଭାସ କୁମାର ପଟ୍ଟନାୟକ, ଯୁଗଳ କିଶୋର ମହାପାତ୍ର, ୱାର୍ଡସଭ୍ୟ ମଧୁସୁଦନ ଜେନା, ସୁରେନ୍ଦ୍ର ତରେଇ, ସନାତନ ମାଝୀ, ଶରତ ଚନ୍ଦ୍ର ଦାସ, ଶଙ୍କର୍ଷଣ ଜେନା, ପ୍ରମୋଦ କୁମାର ରଣାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ଆଶା, ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । ପରେ ଆମ୍ବୋ ଗ୍ରାମରେ ସଂକ୍ରମିତ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ନିୟମିତ ଔଷଧ ସେବନ ସହିତ ସଂଗରୋଧ ଓ ସାମାଜିକ ଦୁରତା ବଜାୟ ରଖିବା ଉପରେ ସେମାନଙ୍କୁ ବୁଝାଇଥିଲେ । ଗାଁରେ ଯେପରି ଲକଡାଉନ କଟକଣା ଠିକ ଭାବେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଲୋକମାନେ ସତର୍କତା ଅବଲମ୍ବନ କରିବାକୁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.