Home ଜିଲ୍ଲା ପରିକ୍ରମା ବେଆଇନ ମାଙ୍କଡ଼ା ବୋଝେଇ ଟ୍ରକ ଓ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

ବେଆଇନ ମାଙ୍କଡ଼ା ବୋଝେଇ ଟ୍ରକ ଓ ଟ୍ରାକ୍ଟର ଜବତ, ଡ୍ରାଇଭର ଫେରାର

53

ଛତିଆ, ୨୦।୫ (ଓଡ଼ିଆ ପୁଅ/ଶରତ ନାୟକ) – ବୈରୀ ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇ ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରକ ସହିତ ଏକ ଟ୍ରାକ୍ଟରକୁ ଜବତ କରାଯାଇଛି। ଯାଜପୁର ଓ କଟକ ସୀମାନ୍ତ ବର୍ତ୍ତି ଝାଟିଆ ମୌଜାର ଏକ ମାଙ୍କଡ଼ା ଖାଦାନରେ ବେଆଇନ ଭାବେ ଏକ ଟ୍ରକ ଓ ଟ୍ରାକ୍ଟରରେ ମାଙ୍କଡ଼ା ପଥର ବୋଝାଇ ହେଉଥିବା ଥାନା ଅଧିକାରୀ ମାର୍କଣ୍ଡ ମିଶ୍ର ଅପରାହ୍ଣରେ କୌଣସି ସୂତ୍ରରୁ ଖବର ପାଇଥିଲେ।

ସଙ୍ଗେ ସଙ୍ଗେ ଥାନାର କନେଷ୍ଟବଳ ସୁଶାନ୍ତ ରାଉତ ରାଏ, ଚୌଧୁରୀ ଲକ୍ଷ୍ମଣ ମିଶ୍ର ଓ ହୃଷିିକେଶ ପୃଷ୍ଟିଙ୍କୁ ଘଟଣା ସ୍ଥଳକୁ ପଠାଇଥିଲେ।

ଏମାନେ ତତ୍ କ୍ଷଣାତ୍ ସେଠାରେ ପହଞ୍ଚି ମାଙ୍କଡ଼ା ବୋଝେଇ ହୋଇଥିବା ଓଆର ୦୯-ଇ ୯୧୮୧ ନମ୍ବର ଟ୍ରକ୍ ଏବଂ ଓଆର ୦୪-ଜି-୪୦୭୪ ଟ୍ରାକ୍ଟର ଡାଲା ନମ୍ବରକୁ ଜବତ କରି ଥାନାକୁ ଆଣିଛନ୍ତି। ତେବେ ଟ୍ରାକ୍ଟର ସମ୍ମୁଖ ଭାଗରେ ନମ୍ବର ନଥିବା ଜଣା ଯାଇଛି।

ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଦୁହେଁ ଫେରାର ହୋଇ ଯାଇଛନ୍ତି। ବର୍ତ୍ତମାନ ସରକାର ମାଙ୍କଡ଼ା ଖାଦାନକୁ ନିଷିଦ୍ଧ କରିଛନ୍ତି, କିନ୍ତୁ କିଛି ଅସାଧୁ ଲୋକ ଯେଉମାନେ କି ପୁର୍ବରୁ ଏହି ବେପାର କରୁଥିଲେ ସେମାନଙ୍କ ମଧ୍ୟରୁ କିଛି ଲୋକ ଏହିଭଳି ବେଆଇନ୍ ଭାବେ ପଥର କାଟି ଚୋରାରେ ବେପାର ଚଳାଇଛନ୍ତି। ତହସିଲ ଓ ପୁଲିସ ପକ୍ଷରୁ ମଝିରେ ମଝିରେ ଚଢାଉ କରାଯାଉଥିବା ବେଳେ ସୁଯୋଗ ଦେଖି ଏହିପରି ଚୋରା ବେପାରୀ ମାନେ ବେପାର ଚଳାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.