Home କେନ୍ଦୁଝର ହାଟଡିହି ବ୍ଲକରୁ ଦୁଇଦିନରେ ୧୯ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଲା

ହାଟଡିହି ବ୍ଲକରୁ ଦୁଇଦିନରେ ୧୯ପଜେଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଲା

417

ହାଟଡିହି -୧୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରୁ ଗତକାଲି ୫ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୪ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ଗତକାଲି ସମସ୍ତ ୫ଜଣ ଯାକ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଆଜି ୧୪ଜଣଙ୍କ ମଧ୍ୟରୁ ୧୩ଜଣ ସ୍ଥାନୀୟ ସଂକ୍ରମଣ ହୋଇଥିବାବେଳେ ଜଣେ ସଂଗରୋଧ କେନ୍ଦ୍ରର ବୋଲି ଜଣାପଡିଛି । ଗତକାଲି ୫ଜଣଙ୍କ ମଧ୍ୟରୁ ୩ଜଣ ଡଅଁର ପଞ୍ଚାୟତର ହୋଇଥିବାବେଳେ ୨ଜଣ ଶାସଙ୍ଗ ପଞ୍ଚାୟତର । ଗତକାଲି ପଜେଟିଭ ରିପୋର୍ଟ ଆସିବାପରେ ସେମନଙ୍କୁ କୋଭିଡ ହସପିଟାଲକୁ ପଠାଇ ଦିଆଯାଇଛି । ସେହିପରି ଆଜି ୧୪ ପଜେଟିଭଙ୍କ ମଧ୍ୟରୁ ଛେନାପଦିର ୧୧ଜଣ ହୋଇଥିବାବେଳେ ସେମାନେ ପୁର୍ବ ସଂକ୍ରମିତଙ୍କ ସଂଷ୍ପର୍ଶରେ ଆସିଥିଲେ । ସେହିପରି ଅନ୍ୟ ଜଣେ ସୋସୋ ପଞ୍ଚାୟତର ହୋଇଥିବାବେଳେ ଆଉ ଜଣେ ପଞ୍ଚୁଗୋଛିଆ ପଞ୍ଚାୟତର ଆଡହୁରିଆ ଗ୍ରାମର । ପଞ୍ଚୁଗୋଛିଆ ପଞ୍ଚାୟତର ଆକ୍ରାନ୍ତ ଜଣକ ଲଦାଖରୁ ଫେରିବାପରେ କ୍ୱାରେଣ୍ଟାଇନରେ ଥିବାବେଳେ ସ୍ୱାବ ନମୁନା ନେଗେଟିଭ ଆସିଥିଲା । ପୁନର୍ବାର ଅସୁସ୍ଥ ହେବାରୁ ତିନିଦିନ ତଳେ ତାଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା । ଆଜି ତାଙ୍କର ପଜେଟିଭ ରିପୋର୍ଟ ଆସିଛି । ସେହିପରି ଆଉ ଜଣେ ବ୍ୟକ୍ତି ସଢ଼ା କ୍ୱାରେଣ୍ଟାଇନ ସେଣ୍ଟରର ବୋଲି ଜଣାପଡିଛି । ପଜେଟିଭ ରିପୋର୍ଟ ଆସିବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ କୋଭିଡ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ଆଜି ସୁଧା ହାଟଡିହି ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି । ବିଶେଷକରି ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏବେ ସବୁଆଡେ ଭୟର ବାତାବରଣ ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.