Home ଓଡ଼ିଶା ଡମ୍ପର-ସ୍କୁଟି ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ନାବାଳକ

ଡମ୍ପର-ସ୍କୁଟି ମୁହାଁ ମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ନାବାଳକ

144

ଯୋଡା, ୧୭/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ଧରଣୀଧର ଛକ ନିକଟରେ ସଡକ ଦୁର୍ଘଟଣାରେ ଅଳ୍ପକେ ୩ଜଣ ନାବାଳକ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି । ସୋମବାର ଅପରାହ୍ନ ୫ଘଟିକା ସମୟରେ ଓଆର୦୯ଏଚ୍‌-୬୩୦୯ ଡମ୍ପରଟି ଜଗନ୍ନାଥ ଷ୍ଟିଲ ପ୍ଲାଣ୍ଟରୁ ଆଇରନ ପିଲେଟ (ଲୁହା ଗୁଲି) ବୋଝେଇ କରି ବାଂଶପାଣି ରେଳ ସାଇଡିଂକୁ ଯାଉଥିବା ବେଳେ ଯୋଡାସ୍ଥିତ ଧରଣୀଧର ଛକ ନିକଟରେ ଓଡି୦୯ଜି-୯୪୧୫ ସ୍କୁଟି ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସ୍କୁଟିରେ ବସିଥିବା ୩ଜଣ ଆରୋହୀ କ୍ଷତାକ୍ତ ହୋଇଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଥିଲେ । ଏ ନେଇ ଘଟଣା ସ୍ଥଳରେ ଉତ୍ତୋଜନା ଦେଖାଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଯୋଡା ପୁଲିସ ପହଞ୍ଚି ଟ୍ରକ ଏବଂ ସ୍କୁଟି ଟିକୁ ଜବତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ । ସ୍କୁଟିଟିରେ ବସିଥିବା ଏବଂ ଚଳାଉଥିବା ୩ଜଣ ଯାକ ନାବାଳକ ଥିବା ବେଳେ ଚାଳକର ଡ୍ରାଇଭିଂ ଲାଇସେନ୍ସ ନଥିବା ଜଣାପଡିଛି । ଯୋଡା ସହରରେ କେତେକ ନାବାଳକ ଦୃତଗତିରେ ଗାଡି ଚାଳନା କରୁଥିବା ବେଳେ, ସେହିପରି ଭାରିଯାନ ଚଳାଚଳ କରୁଥିବା କେତେକ ଡ୍ରାଇଭରଙ୍କର ଲାଇସେନ୍ସ ନଥିବା ସହିତ ମଦ୍ୟପାନ କରି ଗାଡି ଚାଳନା କରୁଥିବାରୁ ସହରରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପୁଲିସର ହେଲମେଟ ଚେକିଙ୍ଗ କିମ୍ବା ଟ୍ରକ ଡ୍ରାଇଭରଙ୍କ ଲାଇସେନ୍ସ ଯାଞ୍ଚ ହେଉନଥିବାରୁ ଯୋଡା ପୁସିସ ଏହି ଦୁର୍ଘଟଣାରେ ଅଙ୍କୁଶ ଲଗାଇବାରେ ବିଫଳ ହେଉଛି ବୋଲି ଚର୍ଚ୍ଚା ହୁଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.