Home କେନ୍ଦୁଝର ପୋଖରୀରେ ବୁଡି ଶିଶୁପୁତ୍ର ମୃତ

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

190

ହାଟଡିହି -୧୭ । ୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଖେଳୁଥିବା ବେଳେ ପୋଖରୀରେ ବୁଡିଯାଇ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ହାଟଡିହି ବ୍ଲକ ଅକରୁଆ ପଞ୍ଚାୟତ ଆମ୍ବଗଡିଆ ଗାଁରେ ମଦନ ଜେନାଙ୍କ ୪ବର୍ଷର ପୁଅ ଗୌତ୍ତମ ବାହାରେ ଖେଳୁ ଖେଳୁ ନିକଟସ୍ଥ ପୋଖରୀ ଭିତରେ ପଡିଯାଇଥିଳେ । ମାତ୍ର ତାହାକୁ କେହି ଜାଣିପାରି ନଥିଲେ । ଅନେକ ସମୟ ଧରି ଖୋଜାଖୋଜି କରିବାପରେ ଶିଶୁପୁତ୍ରକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.