Home ଜିଲ୍ଲା ପରିକ୍ରମା ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା

ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା

43

ଯାଜପୁର୪ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପରିବେଶ ସୁରକ୍ଷା ଓ ଶବ୍ଦ ପ୍ରଦୂଷଣକୁ ରୋକିବା ଉପରେ ମାନ୍ୟବର ସୁପ୍ରିମ କୋର୍ଟ ଗୁରୁତ୍ୱ ଦେଇଚ୍ଥନ୍ତି। ତେଣୁ ଆଗାମୀ ପାର୍ବଣ ଋତୁରେ ବାଣ ପୁଂଟା ଓ ମାଇକ ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ହାଇ ଡେସିବଲ ବା ଉଚ୍ଚ ଶବ୍ଦର ମାଇକ ବଜା ସହ ବାଣ ପୁଂଟା ଯୋଗୁଁ ପରିବେଶ ଉପରେକୁ ପ୍ରଭାବ ପଡୁଛି। ଏହାଦ୍ୱାରା ବ୍ୟକ୍ତି ବିଶେଷ ଶିଶୁ, ବୟସ୍କ, ରୋଗୀଙ୍କ ସମେତ ଜୀବଜନ୍ତୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ପାର୍ବଣ ଋତୁରେ ବାଣପୁଂଟା ଓ ମାଇକ ବଜାଇବା ଉପରେ କଟକଣା ଲାଗୁ କରାଯାଇଛି ବୋଲି ଯାଜପୁର ଜିଲ୍ଳା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେଣୁ ଜିଲ୍ଳାର ପ୍ରତ୍ୟେକ ବ୍ୟକ୍ତି, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ପଦାଧିକାରୀ ଏହାକୁ କଡାକଡି ଭାବେ ଅନୁପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.