Home କେନ୍ଦୁଝର ହାଟଡିହି ଜେଏମଏଫସି କୋର୍ଟ ପାଇଁ ଗୃହ ହସ୍ତାନ୍ତର

ହାଟଡିହି ଜେଏମଏଫସି କୋର୍ଟ ପାଇଁ ଗୃହ ହସ୍ତାନ୍ତର

31

ହାଟଡ଼ିହି, ୧୦ /୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ତହସିଲ ନିକଟରେ ହେବାକୁଥିବା ଜେଏମଏଫସି କୋର୍ଟ ପାଇଁ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରା ବିଚାରପତି ନିଯୁକ୍ତ ପରେ ଏବେ ନିର୍ମାଣ କରାଯାଇଥିବା କୋର୍ଟ ଗୃହକୁ ବିଭାଗକୁ ହସ୍ତାନ୍ତର କରାଯାଇଛି । ଗତ ଡିସେମ୍ବର ୧୮ତାରିଖରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟାରଙ୍କ ଦ୍ୱାରା ପ୍ରଦତ୍ତ ଚିଠିରେ ପ୍ରତିମା ସାହୁଙ୍କୁ ହାଟଡିହିର ଜେଏମଏଫସି ଭାବେ ନିଯୁକ୍ତି ଦିଆଯିବାପରେ ଗତ ଦୁଇଦିନ ତଳେ ଜିଲ୍ଲାକୋର୍ଟର ରେଜିଷ୍ଟାର ପ୍ରସ୍ତାବିତ କୋର୍ଟ ଗୃହ ପରିଦର୍ଶନ କରିବା ପରେ ବିଡିଓ ଜୟଦେବ ଦାସ ତାଙ୍କୁ ଗୃହଟିକୁ ହସ୍ତାନ୍ତର କରିଥିଲେ । କୋର୍ଟ ପାଇଁ ନିର୍ମାଣ କରାଯାଇଥିବା ଘର ଗୁଡିକ ଦୀର୍ଘଦିନ ହେଲା ପଡି ରହିଥିବାରୁ ପୁନର୍ବାର ରଙ୍ଗ କରିବାକୁ ସେ ପରାମର୍ଶ ଦେଇଥିଲେ । ଖୁବ କମ ଦିନ ମଧ୍ୟରେ ଏଠାରେ ଜେଏମଏଫସି କୋର୍ଟ ଉଦ୍‌ଘାଟନ କରାଯିବା ସହ କୋର୍ଟ ଚାଲୁ କରାଯିବାର ସୁଚନା ମିଳିଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ରେଜିଷ୍ଟାରଙ୍କ ଗ୍ରସ୍ଥବେଳେ ଶାନ୍ତନୁ ନାୟକ, ସଦାଶିବ ଚକ୍ର, ଆଇନିଜିବୀ ସୁମନ୍ତ ଜେନା, ବୁଦ୍ଧଦେବ ଜେନାଙ୍କ ସୋମତ ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.