Home କେନ୍ଦୁଝର ହାଟଡିହି ବ୍ଲକ ଅଞ୍ଚଳରେ ଏଟିଏମ ସେବା ବିଫଳ

ହାଟଡିହି ବ୍ଲକ ଅଞ୍ଚଳରେ ଏଟିଏମ ସେବା ବିଫଳ

136

ହାଟଡ଼ିହି, ୩୦ / ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଏବେ ଘରେ ଘରେ ବ୍ୟାଙ୍କ ସେବା ଯୋଗାଇ ଦେବା ସହିତ ଗ୍ରାହକମାନେ କିପରି ସହଜରେ ବ୍ୟାଙ୍କ ସେବା ପାଇପାରିବେ ସେନେଇ ପ୍ରତିଛକ ବଜାର ମାନଙ୍କରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଖୋଲାଯାଇଛି ଏ.ଟି.ଏମ. କାଉଣ୍ଟର । କିନ୍ତୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଅନେକ ସ୍ଥାନରେ ଏ.ଟି.ଏମ ଥିଲେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନକୁ ଛାଡିଦେଲେ ଅନ୍ୟ କାଉଣ୍ଟର ଗୁଡିକ ମାସରେ ୨୪ଦିନ ବନ୍ଦ ରହୁଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖବରରୁ ଜଣାଯାଇଛି ଛେନାପଦିଛକଟି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାବେଳେ ଏଠାରେ ୪ଟି ଏଟିଏମ କାଉଣ୍ଟର ରହିଛି । ଗୋଟିଏ ବ୍ୟାଙ୍କ ଅଫ ଇଣ୍ଡିଆର, ଗୋଟିଏ ଷ୍ଟେଟବ୍ୟାଙ୍କର, ଗୋଟିଏ କେସିସି ବ୍ୟାଙ୍କର, ଗୋଟିଏ ଟାଟା ଇଣ୍ଡିକେସ ଏଟିଏମ । ଚାରି ଚାରଟି ଏଟିଏମ ଥିଲେବି କେବଳ ଏସବିଆଇ ଏଟିଏମ ଟି କାର‌୍ୟ୍ୟକ୍ଷମ ହେଉଥିବା ବେଳେ ଅନ୍ୟ ଗୁଡିକ ପ୍ରାୟତ ବନ୍ଦ ହୋଇଗଲାଣି । କେସିସି ବ୍ୟାଙ୍କ ଏଟିଏମ କାଉଣ୍ଟର ଟି ଉଦଘାଟନ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ମାତ୍ର ଦୁଇଦିନ ବି ଏହା କାର‌୍ୟ୍ୟକ୍ଷମ ହୋଇନାହିଁ । ସେହିପରି ବଉଳାରୋଡରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ଟି ଏବେ କେଉଁଠାରେ ତହା ଲୋକମାନେ ଖୋଜି ପାଉ ନାହାନ୍ତି । ସେହିପରି କଲେଜଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମଟି ମାସରେ ଥରେ ଦୁଇଥର ଟଙ୍କା ଭର୍ତ୍ତି କରାଯାଉଥିବାବେଳେ ତାହା ପର‌୍ୟ୍ୟାପ୍ତ ହେଉନାହିଁ । ସେହିପରି ଟାଟା ଇଣ୍ଡିକେସ ଏଟିଏମରୁ ଗତ କିଛିମାସ ତଳେ ଟଙ୍କା ଲୁଟ ହେବାପରେ ସେଥିରେ ଆଉ ଟଙ୍କା ଭରାଯାଉ ନାହିଁ । ଫଳରେ ଚାରି ଚାରଟି ଏ.ଟି.ଏମ ଥାଇ ମଧ୍ୟ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ସେହିପରି ହାଟଡିହି, ବଞ୍ଚୋ, ଢ଼େଙ୍କା, ବଞ୍ଚୋ, ବିଦ୍ୟାଧରପୁର, ଓରାଳିରେ ମଧ୍ୟ ସମାନ ଅବସ୍ଥା । ଶାଳଣିଆଁ ଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ଏ.ଟି.ଏମ ଉପରେ ୭/୮ଟି ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବାବେଳେ ଏଠାରେ ଥିବା ଏ.ଟି.ଏମ କାଉଣ୍ଟରଟି ଦୀର୍ଘ ମାସ ହେବ ବନ୍ଦ ହୋଇଗଲାଣି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ବ୍ୟାଙ୍କ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ହଜାର ହଜାର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଟଡିହିରେ ଥିବା ତିନୋଟି ଏଟିଏମ ଯାହା ଚାଲିଛି ତାହା ପର‌୍ୟ୍ୟାପ୍ତ ହେଉ ନଥିବାରୁ ଗ୍ରାହକମାନେ ଟଙ୍କା ଉଠାଇବା ପାଇଁ ହିନସ୍ଥା ହୋଇ ଆନନ୍ଦପୁର ଅଥବା ବନ୍ତ ଯିବାକୁ ପଡୁଛି । ତେଣୁ ବିଭାଗୀୟ କର୍ତ୍ତୁପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.