Home କେନ୍ଦୁଝର ହାଟଡିହି ବ୍ଲକ ଅଞ୍ଚଳରେ ଲେବର କାର୍ଡ ଯୋଗାଇ ଦେବା ନାମରେ ଅର୍ଥ ଆଦାୟ

ହାଟଡିହି ବ୍ଲକ ଅଞ୍ଚଳରେ ଲେବର କାର୍ଡ ଯୋଗାଇ ଦେବା ନାମରେ ଅର୍ଥ ଆଦାୟ

179

ହାଟଡ଼ିହି, ୩୦ । ୯ : (ଓଡିଆପୁଅ/ବିକାଶ ବିଶ୍ୱାଳ) ଲେବରକାର୍ଡ କରାଇଦେବା ନାଁରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳରେ କିଛି ଦଲାଲ ଶ୍ରେଣୀୟ ଲୋକମାନେ ପ୍ରବାସୀ ଓଡିଆଙ୍କ ଠାରୁ ୬୦୦ଲେଙ୍ଖାଏଁ ଟଙ୍କା ଆଦାୟ କରାଯାଉଥିବାର ଅଭିଯୋଗ ହୋଇଛି । କରୋନା ପାଇଁ ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ମାନେ ଘରକୁ ଫେରି କ୍ୱାରେଣ୍ଟାଇନରେ ଥିଲେ ସେମାନଙ୍କୁ ଲେବର କାର୍ଡ କରାଇଦେବା ସହିତ ସେମାନଙ୍କୁ ନିର୍ମାଣ ଶ୍ରମିକ ସହାୟତା ଯୋତା, ଛତା ଓ ୫୦ହଜାର ଟଙ୍କାର ଋଣ କରାଇଦେବାର ଲୋଭ ଦେଖାଇ ପ୍ରବାସୀ ମାନଙ୍କ ଠାରୁ ଛଅଶହ ଟଙ୍କା କରି ଆଦାୟ କରୁଛନ୍ତି । ଏପରିକି ଅନଲାଇନ ନୁହଁ ଅପଲାଇନରେ ଆବେଦନ କରାଯିବ, ତୁମକୁ କେଉଁଠାକୁ ଯିବାକୁ ପଡିବ ନାହିଁ ବୋଲି କହି ସେମାନଙ୍କ ଠାରୁ ଦରଖାସ୍ତ ସହିତ ବିଭିନ୍ନ ଦସ୍ତାବିଜ ସଂଗ୍ରହ କରୁଛନ୍ତି । ଏ ସମ୍ପର୍କରେ କିଛି ଜାଣିନଥିବା ପ୍ରବାସୀମାନେ କିଛି ବୁଝା ସୁଝା ନକରି ସେମାନଙ୍କୁ କାଗଜପତ୍ର ସହିତ ଛଅଶହ ଲେଖାଏଁ ଟଙ୍କା ଦେଉଛନ୍ତି । ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପଞ୍ଚାୟତରାଜ ବିଭାଗ ପକ୍ଷରୁ ପକ୍ଷରୁ ତାଙ୍କ କାର‌୍ୟ୍ୟାଳୟକୁ ଆସିଥିବା ପ୍ରବାସୀ ମାନଙ୍କ ତାଲିକା ଆସିଛି ସେଥିରେ ଯେଉଁ ମାନଙ୍କ ନାମଥିବ ସେମାନେ ଆବେଦନ କଲେ ସେମାନଙ୍କୁ ମାଗଣାରେ ଲେବରକାର୍ଡ ଯୋଗାଇ ଦିଆଯିବ । ଏଥିପାଇଁ କୌଣସି ଖର୍ଚ୍ଚର ଆବଶ୍ୟକତା ନାହିଁବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.