Home କେନ୍ଦୁଝର ହାଟଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ହାଟଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

35

ହାଟଡ଼ିହି, ୧୩ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହାଟଡିହିରେ ପୋଷାକ ଓ ଯୋତା ବଣ୍ଟନକାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ସିଆରସିସି ପ୍ରଫୁଲ କୁମାର ସାହୁ, ବିଦ୍ୟାଳୟ ପରିଚଳନା କମିଟି ସଭାପତି ଅକ୍ଷୟ କୁମାର ସାହୁ, ଉପସଭାପତି ଗୌରୀଦତ୍ତା ସାହୁ, ସଦସ୍ୟ ଚନ୍ଦ୍ରଧ୍ୱଜ ସାହୁ, ଭାରତୀ ସାହୁ, ମିନତୀ ସାହୁ, ପର୍ଶୁରାମ ସାହୁ, ବସନ୍ତ ନାଇକ ପ୍ରମୁଖ ଯୋଗଦେଇ ପ୍ରତି ଛାତ୍ରଛାତ୍ରୀଙ୍କୁ ଦୁଇହଳ ଲେଖାଏଁ ପୋଷାକ ଓ ଯୋତା ବଣ୍ଟନ କରିଥିଲେ । ସହକାରୀ ଶିକ୍ଷୟତ୍ରୀ ପ୍ରୀୟମ୍ବଦା ଖୁଣ୍ଟିଆ, ବିନ୍ଦୁରେଖା ସାହୁ, ବାଣିବନ୍ଦନା ପଟ୍ଟନାୟକ, ସ୍ୱାଗତିକା ଆଇଚ, ସଞ୍ଜୟ କୁମାର ପାତ୍ର, ରଶ୍ମିରଞ୍ଜନ ପତି ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.