Home କେନ୍ଦୁଝର ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ

36

ହାଟଡ଼ିହି, ୧୩ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ପରିସରରେ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବକିଶୋର ବିଶ୍ୱାଳ, ଶିଶିର କୁମାର ବିଶ୍ୱାଳ, ରାଧାକୃଷ୍ଣ ପତି, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ପର୍ଶୁରାମ ନାୟକ, ସତ୍ୟବ୍ରତ ବିଶ୍ୱାଳ ପ୍ରମୁଖ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.