Home କେନ୍ଦୁଝର ହାଟଡିହି ଅଞ୍ଚଳରେ କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ହାଟଡିହି ଅଞ୍ଚଳରେ କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ ବୁଡ ପକାଇଲେ ଶ୍ରଦ୍ଧାଳୁ

26

ହାଟଡ଼ିହି, ୧୯/୧୧/: (ଓଡିଆପୁଅ / ବିକାଶ ବିଶ୍ୱାଳ) ପବିତ୍ର କାର୍ତ୍ତିକ ପୁର୍ଣ୍ଣୀମା ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀ ଓ ସାଳନ୍ଦୀ ନଦୀ ସମେତ ବିଭିନ୍ନ ପୁଷ୍କରଣୀରେ ବୁଡ ପକାଇଛନ୍ତି । ଆଜି ହାଟଡିହି ବ୍ଲକ ହାବଳେଶ୍ୱର ବୈତରଣୀ ନଦୀଘାଟରେ ହଜାର ହଜାର ଶ୍ରଦ୍ଧାଳୁ ବୁଡପକାଇ ଡଙ୍ଗା ଭଷାଇଛନ୍ତି । ଏଥିପାଇଁ ଭଦ୍ରକ, ଯାଜପୁର ଓ କେଉଁଝର ଜିଲ୍ଳାରୁ ଶ୍ରଦ୍ଧାଳୁମାନେ ଆସି ଗତକାଲି ରାତିରୁ ହାବଳେଶ୍ୱର ଗ୍ରାମରେ ଭିଡଜମାଇ ଥିବାବେଳେ ଆଜି ଭୋର ସମୟରୁ ବୈତରଣୀରେ ବୁଡପକାଇ ଡଙ୍ଗା ଭଷାଇଥିଲେ । ପରେ ବୈତରଣୀ ନଦୀକୁଳରେ ଥିବା ପ୍ରାଚୀନ ଶୈବପୀଠରେ ପୂଜାର୍ଚ୍ଚନା କରିଥିଲେ । ପ୍ରବଳ ଭିଡକୁ ଲକ୍ଷରଖି ନନ୍ଦିପଦା ପୋଲିସ ଓ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଶ୍ରଦ୍ଧାଳୁମାନେ କିପରି ସୁରକ୍ଷିତ ଭାବେ ନଦୀରେ ବୁଡପକାଇ ଡଭ୍‌ଗା ଭଷାଇବେ ସେଥିପାିଁ ବ୍ୟବସ୍ଥା କରାଯାଇଥିବାବେଳେ ମନ୍ଦିରରେ ବ୍ୟାରିକେଡ କରାଯାଇ ଭକ୍ତମାନଙ୍କୁ ଧାଡିରେ ଛଡାଯାଇଥିଲା । ସେହିପରି ମୁଗୁପୁର, ସମଣା, ବଞ୍ଚୋ ପ୍ରଭୃତି ବୈତରଣୀ ଘାଟରେ ଶହଶହ ଶ୍ରଦ୍ଧାଳୁ ବୁଡ ପକାଇ ଡଙ୍ଗା ଭଷାଇଥିଲେ । ପ୍ରାୟ ସମସ୍ତ ଗ୍ରାମରେ ଥିବା ପୁଷ୍କରଣୀ ମାନଙ୍କରେ ଆଜି ଡଙ୍ଗାଭଷା ଯାଇଥିବାବେଳେ ସମସ୍ତ ଶୈବପୀଠ ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା । ବସନ୍ତିଆ ଗ୍ରାମ ପୁଷ୍କରଣୀକୁ ସୁସଜିତ କରାଯାଇ ବୋଇତ ବନ୍ଦାଣ କରାଯାଇଥିବାବେଳେ ରାଧାକୃଷ୍ଣଙ୍କ ପୂଜା କରାଯାଉଛି । ଏଠାରେ ୭ଦିନ ଧରି ପୂଜାମହୋତ୍ସବ ଚାଲିବାକୁ ôତବାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅନେକ ଦୋକାନ ବଜାର ଖୋଲିଥିବାରୁ ପ୍ରବଳ ଗହଳି ଲାଗିରହିଛି । ସେହିପରି ହାଟଡିହି ତହସିଲ ପୋଖରୀ ନିକଟରେ ରାଧାକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଉଥିବାବେଳେ ବୋଇତ ନିର୍ମାଣ କରାଯାଇ ଭଷାଣ କରାଯାଇଛି । ପୋଖରୀ ଚାରିପଟକୁ ରଙ୍ଗୀନ ଆଲୋକମାଳାରେ ସୁସଜିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.