Home ଆମ ସଂସ୍କୃତି, କଳା ଓ ଐତିହ୍ୟ ବାଲୁକା ପୂଜା କରି କାର୍ତ୍ତିକ ଉଦଯାପିତ

ବାଲୁକା ପୂଜା କରି କାର୍ତ୍ତିକ ଉଦଯାପିତ

50

ପୁରୀ ୧୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାର୍ତ୍ତିକ ପୂର୍ଣ୍ଣିମା ଅଵସରରେ ପୁରୀ ସମୁଦ୍ର କୂଳରେ ହାବିଷ୍ୟାଳିମାନେ ବାଲୁକା ପୂଜା କରି କାର୍ତ୍ତିକ ଉଦଯାପିତ କରିଛନ୍ତି। ପବିତ୍ର ମହୋଦଧି ଜଳ ସିଞ୍ଚନ କରି ପ୍ରଭୁ ସୁର୍ଯ୍ୟ ଦେବତାଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଶେଷ କରିଛନ୍ତି। ସେହିପରି କାର୍ତ୍ତିକ ବ୍ରତ ଆଜି ବୋଇତରେ ପାନ ଗୁଆ ଚାଉଳ ଦୀପ ଥୋଇ ବୋଇତ ଭସାଇଛନ୍ତି ମହଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ । ବିଶ୍ୱାସ ରହିଛି ଏହା କଲେ ଅଶେଷ ପୁଣ୍ୟ ମିଳିଥାଏ। ସେପଟେ ଓଡିଶାର ପରମ୍ପରା ଅନୁଯାୟୀ ଆଜି ପୁରୀବାସୀମାନେ ମଧ୍ୟ କଦଳୀ ପାଟୁଆ, କାଗଜ ଡଙ୍ଗା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ର ରେ ଭସାଇଛନ୍ତି। ଅତୀତରେ ଓଡିଶାର ସାଧଵ ପୁଅମାନେ ଏହି ଦିନରେ ବ୍ୟବସାୟ ପାଇଁ ବିଦେଶକୁ ଯାଇଥିଲେ। ସେତେବେଳେ ସାଧଵ ପୁଅମାନଙ୍କୁ ବନ୍ଦା ପନା କରି ବିଦାୟ ଦେଉଥିଲେ। ସେହି ପରମ୍ପରା ସ୍ମୃତି ରେ ଶ୍ରୀକ୍ଷେତ୍ର ବାସୀ ସମୁଦ୍ର ରେ ବୋଇତ ଭସାଇ ଅତିତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି। ଭୋରରୁ ଉଠି ବୋଇତ ଭସାଇ ଓଡ଼ିଆ ଘରର ପରମ୍ପରା ଉଦ୍ଜୀବିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.