Home ଓଡ଼ିଶା ପୋଖରୀରେ ବୁଡି ପ୍ରାଣ ହରେଇଲେ ୨ ନାବାଳକ

ପୋଖରୀରେ ବୁଡି ପ୍ରାଣ ହରେଇଲେ ୨ ନାବାଳକ

39

ପୁରୀ ୧୯ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ନିମାପଡା ଅଂଚଳ ରେ ଅଭାବନୀୟ ଘଟଣା। ୨ ନାବାଳକ ପୋଖରୀ ରେ ବୁଡି ପ୍ରାଣ ହରେଇଛନ୍ତି। ନିମାପଡା ଥାନା ଆଳି ପିଙ୍ଗଳ ଗାଁରେ ଏହି ଘଟଣା ଘଟିଛି। ମୃତ ଦୁଇ ନାବାଳକ ହେଲେ ୭ ବର୍ଷ ର ଶକ୍ତି ସାହୁ ଓ ୧୦ ବର୍ଷ ସାଇରାମ ବାରିକ। ସୂଚନା ଅନୁଯାୟୀ କାର୍ତିକ ପୂର୍ଣ୍ଣିମା ଅବସର ରେ ଗାଁ ରେ ଭଜନ କୀର୍ତ୍ତନ ସମାରୋହ ଚାଲିଥିଲା। ପିଲାମାନେ ଖେଳ କୁଦ କରୁଥିଲେ। ତେବେ ନିକଟରେ ଥିବା ପୋଖରୀରେ ଡଙ୍ଗା ଭାସୁଥିବା ଦେଖି ତାକୁ ଆଣିବା ପାଇଁ ଶକ୍ତି ଓ ସାଇରାମ ପାଣି ଭିତରେ ପଶି ଯାଇ ଥିଲେ। ପରେ ସେମାନେ ପୋଖରୀରେ ବୁଡି ଯାଇ ଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଉଧାର କରି ମେଡ଼ିକାଲକୁ ନେଇ ଥିଲେ। ହେଲେ ଶକ୍ତି ସାହୁ ଓ ସାଇରାମ ବାରିକଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣା ନିମାପଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.