Home କେନ୍ଦୁଝର ହାଟଡିହିର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

ହାଟଡିହିର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ସ୍ନାନଯାତ୍ରା

125

ହାଟଡ଼ିହି, ୫ । ୬ : ଆଜି ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଅବସରରେ ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ନିର୍ଦ୍ଦେଶ ମତେ ସାମାଜିକ ଦୁରତା ରକ୍ଷାକରି ବିନା ଭକ୍ତରେ ଆଜି ଏହି ସ୍ନାଯାତ୍ରା କରାଯାଇଥିଲା । ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ଜଗନ୍ନାଥ ମନ୍ଦିରରେ ପଣ୍ଡିତ ଜଗବନ୍ଧୁ ପଣ୍ଡା, ମୃତ୍ୟୁଞ୍ଜୟ ପଣ୍ଡା, ରଶ୍ମୀରଞ୍ଜନ ପଣ୍ଡା, ଓମପ୍ରକାଶ ମିଶ୍ରଙ୍କ ଦ୍ୱାରା ପୁଜାର୍ଚ୍ଚନା ପରେ କରାଯାଇ ପ୍ରଭୁଙ୍କୁ ସ୍ନାନବେଦୀରେ ବସାଯାଇ ନୀତିକାନ୍ତି ପରେ ତିନି ଠାକୁରଙ୍କୁ ସ୍ନାନ କରାଯାଇଥିଲା । ବିଜୟ କୁମାର ମଲ୍ଲିକ, ରାମଚନ୍ଦ୍ର ମୁଦୁଲି, ଆନନ୍ଦ ଚନ୍ଦ୍ର ସେଠୀ, ଦୁର୍ଯ୍ୟୋଧନ ତରେଇ, ଦିଲ୍ଲିପ ବାରିକ, ମନୋଜ କୁମାର ମଲ୍ଲିକ, ପ୍ରମୁଖ କାର୍ଯ୍ରକ୍ରମ ପରିଚାଳନା କରିôତଲେ । ସେହିପରି ବଞ୍ଚୋ ଗ୍ରାମରେ ପ୍ରଭୁ ଦଧିବାବନଜୀୟୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ସକାଳେ ମନ୍ଦିରରେ ପଣ୍ଡିତ ସନାତନ ପଣ୍ଡା, ଅକ୍ଷୟ ପଣ୍ଡା, ଆନନ୍ଦ ଚନ୍ଦ୍ର ଦାଶ, ନନ୍ଦ କିଶୋର ଦାଶଙ୍କ ଦ୍ୱାରା ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହେବାସହ ମନ୍ଦିର ଭିତରେ ପୂଜାର୍ଚ୍ଚନା କରାଯାଇ ୧୦୮କଳଶୀରେ ସ୍ନାନ କରାଯାଇଥିଲା । ସ୍ନାନ ପରେ ପ୍ରଭୁଙ୍କୁ ହାତୀବେଶ କରାଯାଇଥିଲା । ସୁଧାଶୁଂ ରାଉତ କର୍ତ୍ତାଭାବେ ପୂଜାକାର୍ଯ୍ୟ ସମାପନ କରିଥିବାବେଳେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ସମ୍ପାଦାନ କରିଥିଲେ । ସେହିପରି ସମଣା ଜଗନ୍ନାଥ ମନ୍ଦିରରେ ସରକାରଙ୍କ କୋଭିଡ-୧୯ କଟକଣାକୁ ମାନି ସାମାଜିକ ଦୁରତାରେ ପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା କରାଯାଇଥିଲା । ମନ୍ଦିର ପଣ୍ଡିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବାପରେ ତିନିଠାକୁରଙ୍କୁ ସ୍ନାନ କରାଯାଇଥିଲା । ଦେହିପରି ଢ଼େଙ୍କା ଜଗନ୍ନାଥ ମନ୍ଦିରରେ ମଧ୍ୟ ସ୍ନାନଯାତ୍ରା କରାଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସମସ୍ତ ମନ୍ଦିରକୁ ଦର୍ଶକ ମାନଙ୍କ ପ୍ରବେଶକୁ ନିଶିଦ୍ଧ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.