Home କେନ୍ଦୁଝର ଶାଳଣିଆଁ ହାଇସ୍କୁଲରେ ପ୍ରବାସୀଙ୍କ ଦ୍ୱାରା ବୃକ୍ଷରୋପଣ

ଶାଳଣିଆଁ ହାଇସ୍କୁଲରେ ପ୍ରବାସୀଙ୍କ ଦ୍ୱାରା ବୃକ୍ଷରୋପଣ

133

ହାଟଡିହି-୫ /୬, ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ଷ୍ଟିଲ ଆସପେୟାର ପକ୍ଷରୁ ଶାଳଣିଆଁ ହାଇସ୍କୁଲରେ ଥିବା ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ପ୍ରବାସୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୁରତା ବଜାୟ ରଖି କ୍ୱାରେଣ୍ଟାଇନରେ ରହିଥିବା ପ୍ରବାସୀମାନେ ସ୍କୁଲରେ ଥିବା ବଗିଚାକୁ ସଫା ସୁତରା କରିବା ସହିତ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ଶାଳଣିଆଁ ଜିପିସିଏମ ବିପିନି କୁଅଁର, ଚିତ୍ରସେନ କୁଅଁର, କୁନୁ ଜେନା, ଦୀନବନ୍ଧୁ ପେଡା, କେଦାର ବାରିକ, ସୁରେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.