Home କେନ୍ଦୁଝର ହାଟଡିହିରେ ସାହିତ୍ୟ ସମାରୋହ

ହାଟଡିହିରେ ସାହିତ୍ୟ ସମାରୋହ

188

ହାଟଡିହି , ୨୨ । ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗ୍ରାମାଞ୍ଚଳରେ ଓଡିଆ ଭାଷା ସାହିତ୍ୟର ଭିତ୍ତିଭୁମୀ ପ୍ରତିଷ୍ଠା କରିବାରେ ସାହିତ୍ୟଘରର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି ହାଟଡିହି ବ୍ଲକ ସାହିତ୍ୟଘରର ଚତୁର୍ଥ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ମଧୁସୁଦନ ଦାସ ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳର ଲେଖକ ଓ କବି ମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଲୁଚି ରହିଛି ତାହାକୁ ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ପରିଷ୍ପୁଟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ । ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ପିନାକୀ ମିଶ୍ର ଯୋଗଦେଇ ସାହିତ୍ୟଘର ଦ୍ୱାରା ଗାଁ ଗାଁରେ ସାହିତ୍ୟ ପହଞ୍ଚି ପାରିବା ସହ ଆଜିର ଯୁବପିଢ଼ୀଙ୍କ ମଧ୍ୟରେ ସାହିତ୍ୟ ପ୍ରତି ଆବେଗ ସୃଷ୍ଟି କରି ପାରିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗଦେଇ ଓଡିଆ ଭାଷା ସାହିତ୍ୟକୁ ଅନ୍ତର୍ମୁଖି କରିବାରେ ସାହିତ୍ୟଘର ଏବେ ଅଗ୍ରଣୀ ଭୁମୀକା ଗ୍ରହଣ କରିଛି । କରୋନା ଭଳି ଏକ ବିପର୍ଯ୍ୟୟ ସମୟରେ କବି ଓ ସାହିତ୍ୟିକ ମାନଙ୍କୁ କିଛିଦିନ ପାଇଁ ନିରବୀ ଯିବାକୁ ବାଧ୍ୟ କରିଥିଲେ ମଧ୍ୟ କବି ଓ ସାହିତ୍ୟିକ ମାନେ ଏହାକୁ ଖାତିର ନକରି ନିଜର ଲେଖନୀ ଚାଳନା ମାଧ୍ୟମରେ ଭଲ ସାହିତ୍ୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ହାଟଡିହି ବ୍ଲକ ସାହିତ୍ୟଘରର ମୁଖପତ୍ର ‘ପ୍ରୟାସୀ’ଲୋକାର୍ପଣ କରାଯାଇଥିଲା । ସେହିପରି ଅଭିନନ୍ଦନ ସାମଲଙ୍କ ‘ଆମକୁ ଯେମିତି ଲେଖି ଆସେ’, ବିଦିୁ୍ୟତପ୍ରଭା ଦେଓଙ୍କ ‘ଗପକୁ ପଢ଼ି ଜାଣିବା ରୁଢି଼’, କାଞ୍ଚନଲତା ଜେନାଙ୍କ ‘କୁହୁଡି ଘର’ ରବିନ୍ଦ୍ର ନାଥ ରାଉତଙ୍କ ‘ଭଜନ ସିଦ୍ଧି ବ୍ରହ୍ମ’ ଆଦି ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସମ୍ବାଦ ସାହିତ୍ୟଘର ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ଯୁବକବି ଚିତ୍ତରଞ୍ଜନ ନାୟକ, ସମାଜସେବା କ୍ଷେତ୍ରରେ ଉଲେଖନୀୟ ସଫଳତା ହାସଲ କରିଥିବା ସମାଜସେବୀ ସୁରେଶ୍ୱରୀ ସାଗରୀକା ଜେନା, ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକରେ ସର୍ବୋଚ ନମ୍ବର ରଖିଥିବା ଡଅଁର ଟି.ଏମ.ଏକାଡେମୀର ଛାତ୍ରୀ ସଞ୍ଜିବନୀ ନାୟକ, ଶିଶୁ ସାହିତ୍ୟ ସ୍ରଷ୍ଟା ଅଭିନନ୍ଦନ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉପଦ୍ଦେଷ୍ଟା ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ସମ୍ମାନୀତ ଅତିଥିଭାବେ ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦ୍ୱୀପ ପ୍ରଜ୍ଜଳନ କରି ଏହାକୁ ଉଦଘାଟନ କରିଥିଲେ । ପ୍ରଥମ ଅଧିଶେନରେ ଶ୍ରୀକାନ୍ତ ନାୟକ ଓ ସୁବାସ ପାତ୍ର ଓ କାଞ୍ଚନ ଲତା ଜେନା ସଂଯୋଜନା କରିଥିଲେ । ଉପସଭାପତି ନିତ୍ୟାନନ୍ଦ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଉପଦ୍ଦେଷ୍ଟା ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆବାହକ କିଶୋର ଆଚାର୍ଯ୍ୟ ଉପସ୍ଥିତ ସାହିତ୍ୟିକ ଓ କବି ମାନଙ୍କୁ ସେମାନଙ୍କ ଯୋଗଦାନ, ସାହାଯ୍ୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ । ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରସନ୍ନ ବେହେରା, ନାରାୟଣ ଲେଙ୍କା, ନାରାୟଣ ସାହୁ, ସୁରେନ୍ଦ୍ର ପରିଡା ପ୍ରମୁଖ ମାନପତ୍‌୍ର ପାଠ କରିଥିଲେ । ସ୍ତମ୍ବକାର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଶଙ୍ଖାଳୀ ରାଉଳ, ପ୍ରଭାତୀ ମଞ୍ଜରୀ ପଣ୍ଡା, ସୁଦାମ ଚରଣ ଜେନା, ମୁରଲୀଧର ବେହେରା, ଅରୁଣ କୁମାର ସ୍ୱାଇଁ, ସରୋଜ କୁମାର ସାହୁ, ନୀଳମଣି ବାରିକ, ସୁରେନ୍ଦ୍ର କୁମାର ଜେନା, ଇନ୍ଦ୍ରମଣୀ ସେଠୀ, ରାଜୀବ ଲୋଚନ ସାହୁ, ବାବନ ଚରଣ ବେହେରା, ଚନ୍ଦନ ପଣ୍ଡା, ବାସୁଦେବ ଜେନା, ନରେନ୍ଦ୍ର ପ୍ରସାଦ ବେହେରା, ଅଭୟ କୁମାର ସାମଲ, ବନମାଳୀ ଜେନା, ହରିହର ସାମଲ, ସରଳା ମହାପାତ୍ର, ଚିନ୍ତାମଣି ଦାସ, ଉମାକାନ୍ତ ଜେନା, ମମତା ଜେନା, ଦିପ୍ତୀ ଦେବଦର୍ଶନୀ ସୁତାର, ଅକ୍ଷୟ କୁମାର ଜେନା, ବାମଦେବ ସାହୁଙ୍କ ସମେତ ଶତାଧିକ କବି, କବୟତ୍ରୀ ଓ ସାହିତ୍ୟିକମାନେ ଯୋଗଦେଇ ଥିଲେ । ଶାସଙ୍ଗ ପଞ୍ଚାୟତର ସରପଞ୍ଚବିମ୍ବାଧର ବିଶ୍ୱାଳ, ସୁଧାକର ଓଝା, ବିନୟ କୁମାର ନାୟକ, ଧବଳେଶ୍ୱର ପଟ୍ଟନାୟକ, ଦେବେନ୍ଦ୍ର କୁମାର ଜେନା, ନିତ୍ୟାନନ୍ଦ ପହି, ପ୍ରଶାନ୍ତ କୁମାର ଖଣ୍ଡାୟୀ, ସମ୍ବାଦିକ ଗୋପାଳକୃଷ୍ଣ ରାଉତ, ଅମୀୟ ରଞ୍ଜନ ବରାଳ, ବିକାଶ ବିଶ୍ୱାଳ, କିରଣ ପାଢ଼ୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷକ ଶିଶିର କୁମାର ବିଶ୍ୱାଳ, ନବଘନ ନାୟକ, ମାଧବାନନ୍ଦ ଜେନା, ରାଧାକୃଷ୍ଣ ପତି, ଲକ୍ଷ୍ମୀକାନ୍ତ ମିଶ୍ର, ନବ କୁମାର ବିଶ୍ୱାଳ, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ କୁମାର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.