Home କେନ୍ଦୁଝର ହାଟଡିହିରେ ସାମାଜିକ ଦୁରତା ରକ୍ଷାକରି ଚାଉଳ ବଣ୍ଟନ

ହାଟଡିହିରେ ସାମାଜିକ ଦୁରତା ରକ୍ଷାକରି ଚାଉଳ ବଣ୍ଟନ

68

ହାଟଡ଼ିହି-୩/୪, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ହାଟଡିହି ପଞ୍ଚାୟତରେ ଯୋଗାଣ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୁରତାକୁ ଗୁରୁତ୍ୱ ଦିଆଯାଇ ପ୍ରତି ଏକ ମିଟର ଦୁରତାରେ ଲୋକମାନଙ୍କୁ ଠିଆ କରାଇ ଚାଉଳ ଓ ଗହମ ବଣ୍ଟନ କରାଯାଉଛି । ବର୍ତ୍ତମାନ କରୋନା ସଂକ୍ରମଣ ରୋକିବାକୁ ସରକାର ସାମାଜିକ ଦୁରତାକୁ ଗୁରୁତ୍ୱ ଦେଇଥିବାବେଳେ ଏହି ପଞ୍ଚାୟତରେ ତାହାକୁ ବଜାୟ ରଖିବା ପାଇଁ ସରପଞ୍ଚ ଅନୁସୁୟା ସେଠୀ, ସମାଜସେବୀ କଳ୍ପତରୁ ସେଠୀ, ନାଏବ ସରପଞ୍ଚ ମଧୁସୁଦନ ଘଡେଇ ପ୍ରମୁଖ ଉପସ୍ଥିତ ରହି ଲୋକମାନେ କିପରି ସାମାଜିକ ଦୁରତା ରକ୍ଷାକରି ଯୋଗାଣ ସାଗ୍ରୀ ନେବେ ତାହା ୁଉପରେ ଗୁରୁତ୍ୱ ଦେଉଛନ୍ତି । ହିତାଧିକାରୀ ମାନେ ମଧ୍ୟ ସରକାରଙ୍କ ଏହି ନୀତି ନିୟମକୁ ମାନି ଏକ ମିଟର ଦୁରତାରେ ରହି ମୁହେଁରେ ମାସ୍କ ଲଗାଇ ଶାନ୍ତି ଶୃଙ୍ଖଳାର ସହ ଚାଉଳ ଗହମ ନେଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.