Home କେନ୍ଦୁଝର ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ତାଲିକା ୫୯୫ରେ ପହଞ୍ଚିଲା

ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ତାଲିକା ୫୯୫ରେ ପହଞ୍ଚିଲା

114

ହାଟଡ଼ିହି-୩/୪, କରୋନା ଭୁତାଣୁ ପାଇଁ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳି ଯାଇଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରିଛନ୍ତି । ଏପରିକି ସମଗ୍ର ଭାରତବର୍ଷରେ ୨୧ଦିନ ପାଇଁ ଲକଡାଉନ ଘୋଷଣା ହୋଇଛି । ସେହିପରି ବାହାର ରାଜ୍ୟରେ ରହି କାମ କରୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଲାଗୁ କରିଛି । ରାଜ୍ୟ ବାହାରେ ରହୁଥିବା ଲୋକମାନେ ଘରକୁ ଫେରିଲେ ସେମାନଙ୍କୁ ନିଜ ନିଜ ଘର ମାନଙ୍କରେ ସଂଗରୋଧ ହୋଇ ରହିବାକୁ କୁହାଯାଇଛି । ଆଜି ସୁଧା ସମଗ୍ର ବ୍ଲକରେ ୫୯୫ଜଣ ଲୋକ ରାଜ୍ୟ ବାହାରୁ ଘରକୁ ଫେରିଥିବା ସରକାରୀ ଭାବେ ନାମ ପଞ୍ଚିକୃତ କରିଥିବାବେଳେ ୧୧ଜଣ ଲୋକ ବିଭିନ୍ନ କେନ୍ଦ୍ରରେ ରହିଥିବା ଜଣାଯାଇଛି । ଯଦି କେହି ଘରକୁ ଫେରିବାପରେ ଅସୁସ୍ଥ ହେବେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଓ ସଚେତନତା ପାଇଁ ତିନୋଟି ବ୍ଲକ ଲେବୁଲ ରାପିଡ ରେସପନସ ଟିମ ଗଠନ କରାଯାଇଛି । ୧ନଂ ରେପିଡ ରେସପନସ ଟିମରେ ଡାକ୍ତର ପ୍ରଭାତ ନାୟକ, ଡାକ୍ତର ସଂଗ୍ରାମ ବ୍ରହ୍ମ ଓ ବିପିଏମ ଚନ୍ଦନ କୁମାର ସାହୁ ଥିବାବେଳେ ୨ନଂ ଟିମରେ ଡାକ୍ତର ପ୍ରଶାନ୍ତ ନାୟକ, ଏବଂ ୩ନଂ ଟିମରେ ଡାକ୍ତର ବିକାଶ ପ୍ରସାଦ ଓ ଡାକ୍ତର ସୁଦୀପ୍ତା ପଣ୍ଡା ପ୍ରମୁଖ ରହି ଗାଁ ଗାଁ ବୁଲି ରାଜ୍ୟ ବାହାରୁ ଫେରିଥିବା ଲୋକଙ୍କୁ ସଚେତନ କରାଉଛନ୍ତି । ଏବେ କରୋନା ଭୟରେ ଅନେକ ଲୋକ ଘରକୁ ପଳାଇ ଆସୁଥିବାରୁ ସେମାନେ ସଙ୍ଗରୋଧ ଭାବେ ରହୁ ନଥିବାରୁ ଅନେକ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.