Home କେନ୍ଦୁଝର ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ସଚେତନତା ରଥ

ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କରୋନା ସଚେତନତା ରଥ

74

ହାଟଡ଼ିହି-୩/୪, ହାଟଡିହି ବ୍ଲକ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗାଁ କଲ୍ୟାଣ ସମିତି କ୍ଷେତୁଆଳିର ମିଳିତ ସହଯୋଗରେ କୋଭିଡ-୧୯ନିମନ୍ତେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ପ୍ରଭାତ ଚନ୍ଦ୍ର ନାୟକ, ସିଡିପିଓ ସରସ୍ୱତୀ ସେଠୀ, ବିପିଏମ ଚନ୍ଦନ କୁମାର ସାହୁ, ପତାକା ହଲାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ପ୍ରଚାର ରଥ ଓରାଳି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ ଗ୍ରାମରେ ବୁଲି ଜନସଚେତନତା କରିବ । ହାତକୁ ସବୁବେଳେ ସାବୁନରେ ଧୋଇ ପରିସ୍କାର ରଖିବା, କାଶ ଛିଙ୍କ ସମୟରେ ମୁହଁକୁ ରୁମାଲରେ ଘୋଡାଇ ରଖିବା, ଜ୍ୱର, କାଶ ଓ ଶ୍ୱାଷକ୍ରୀୟାରେ କଷ୍ଟ ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଡାକ୍ତର ନାୟକ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ସତ୍ୟଭାମା ନାୟକ, ରତିକାନ୍ତ ପଣ୍ଡା, ମୁନମୁନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.