Home କେନ୍ଦୁଝର ହାଟଡିହିରେ ପ୍ରସିଦ୍ଧ ପାଟୁଆ ଯାତ୍ରା

ହାଟଡିହିରେ ପ୍ରସିଦ୍ଧ ପାଟୁଆ ଯାତ୍ରା

73

ହାଟଡ଼ିହି-୧୪/୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିର ତେଲୁଗା ହାଟ ନିକଟରେ ପ୍ରସିଦ୍ଧ ପାଟୁଆଯାତ୍ରା ପାଲିତ ହୋଇଯାଇଛି । ଏଥିପାଇଁ ସମଗ୍ର ହାଟଡିହି ଅଞ୍ଚଳଟି ଉତ୍ସବ ମୁଖରିତ ହୋଇଉଠିଛି । ମାନସିକ ଧାରୀମାନେ ପାଟୁଆ ଯାତ୍ରାରେ ସାମିଲ ହୋଇ ଜିଭ, ପେଟ ଫୋଡାଇ ମାନସିକ ପୁରଣ କରିଛନ୍ତି । ପଣାସଂକ୍ରାନ୍ତି ଦିନ ଭୋର ୪ଟାବେଳେୁ ଶହଶହ ଶ୍ରଦ୍ଧାଳୁ ମାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ କୁକୁଡା ବଳି ପକାଇଥିଲେ । ପୁଜାପରେ ପାଟୁଆମାନେ ଜିଭ ଫୋଡାଇ ମାନସିକ ପୁରଣ କରିବାସହ ଗାଁ ଗାଁ ବୁଲି ମାଗଣ କରିଥିଲେ । କାହିଁ କେଉଁ ଯୁଗରୁ ଏହି ପର୍ବ ଅନୁଷ୍ଠିତ ହୋଇଆସୁଥିବାବେଳେ ପ୍ରଥା ଅନୁସାରେ ନିକଟସ୍ଥ କପୁଣ୍ଡି ଗ୍ରାମର ସେତେବେଳେର ଜମିଦାର ଜେନା ପରିବାର ପକ୍ଷରୁ ମାଙ୍କର ପୁଜା କରିଥାନ୍ତି । ବର୍ଷସାରା ତାଙ୍କ ଘରେ ଠାକୁରାଣୀଙ୍କୁ ରଖାଯାଇ ପୂଜା କରାଯାଉଥିବାବେଳେ କେବଳ ପଣାସଂକ୍ରାନ୍ତିର ଦୁଇଦିନ ପୁର୍ବରୁ ଆଜ୍ଞାମାଳ ନିଆଯାଇ ୫ଟି ଘଟ ସହିତ ମାଙ୍କୁ ଏଠାକୁ ଅଣାଯାଇ ସମସ୍ତ ରୀତିନୀତି ମତେ ପୂଜାର୍ଚ୍ଚନା କରାଯାଇଥାଏ । ପୂଜାପରେ ପୁନଶ୍ଚ ମାଙ୍କୁ କପୁଣ୍ଡି ଗ୍ରାମକୁ ଫେରାଇ ନିଆଯାଇଥାଏ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.