Home କେନ୍ଦୁଝର ହାଟଡିହିରେ ପୁଣି ୪କରୋନା ପଜେଟିଭ, ୫୩୭ରେ ପହଞ୍ଚିଲା ପଜେଟିଭ ସଂଖ୍ୟା

ହାଟଡିହିରେ ପୁଣି ୪କରୋନା ପଜେଟିଭ, ୫୩୭ରେ ପହଞ୍ଚିଲା ପଜେଟିଭ ସଂଖ୍ୟା

3

ହାଟଡ଼ିହି, ୨୬/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ ଆଜି ପୁଣି ୪ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ହାଟଡିହି ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୩୭ରେ ପହଞ୍ଚିଛି । ଆଜି ଆକ୍ରାନ୍ତ ହୋଇଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ପଞ୍ଚୁଗୋଛିଆ ପଞ୍ଚାୟତର ହୋଇଥିବାବେଳେ ଆଉ ଜଣେ ଜମ୍ଭୀରା ପଞ୍ଚାୟତର । ସମସ୍ତେ ସ୍ଥାନୀୟ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଗତ କିଛିଦିନ ଧରି କେବଳ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଭାବେ ଆଣ୍ଟିଜନି ଟେଷ୍ଟ ଜାରି ରଖାଯାଇଥିବା ଶାଳଣିଆଁ ଗୋଷ୍ଠୀ ଚିକିତ୍ସାଧିକାରୀ ସୁଚନା ଦେଇଛନ୍ତି । ପ୍ରତି ପଞ୍ଚାୟତର ଅଙ୍ଗନବାଡି, ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ଏହି ପରୀରକ୍ଷା କାର୍ଯ୍ୟ ଜାରି ରହିଥିବାବେଳେ ଆଜି ସୁଧା ୪୭୮୯ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିବା ବିପିଓ ଚନ୍ଦନ କୁମାର ସାହୁ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.