Home କେନ୍ଦୁଝର ହାଟଡିହିରେ ତିନି ଆକ୍ରାନ୍ତ ଚିହ୍ନଟ ପରେ ୪୮ଘଣ୍ଟିଆ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

ହାଟଡିହିରେ ତିନି ଆକ୍ରାନ୍ତ ଚିହ୍ନଟ ପରେ ୪୮ଘଣ୍ଟିଆ ସର୍ଟଡାଉନ ଘୋଷଣା କଲେ ସରପଞ୍ଚ

211

ହାଟଡିହି-୨୨/୫, ହାଟଡିହି ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ସୁଧା ୧୧ଜଣ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ କେବଳ ହାଟଡିହି ବ୍ଲକରେ ୮ଜଣ । ଦିନକୁ ଦିନ ପ୍ରବାସୀ ଓଡିଆମାନେ ଘରକୁ ଫେରୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି । ଗତକାଲି ହାଟଡିହିରେ ତିନଜଣ କଲିକତା ଫେରନ୍ତା କରୋନା ଆ୍ରକାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଲିଷ୍ଟ ପ୍ରସ୍ତୁ୍‌ତ କରାଯିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି । ଆନନ୍ଦପୁର ଓ ହାଟଡିହି ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହାଟଡିହି ବଜାର, କ୍ୱାରେଣ୍ଟାଇନ ସେଣ୍ଟର ଆଦିକୁ ବିଶୋଧନ କରିଥିଲେ । ସେହିପରି ପ୍ରଶାସନ ପକ୍ଷରୁ ୧୦୦ମିଟର ପରିଧିକୁ କ୍ୱାଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯିବା ସହ କ୍ୱାଣ୍ଟେନମେଣ୍ଟ ଜୋନର ତିନୋଟି ରାସ୍ତାକୁ ମଧ୍ୟ ସିଲ କରାଯାଇଛି । ହାଟଡିହି ସରପଞ୍ଚ ଅନୁସୁୟା ସେଠୀ ପଞ୍ଚାୟତକୁ ୪୮ଘଣ୍ଟା ପାଇଁ ସର୍ଟଡାଉନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.