Home Coronavirus Outbreak ହାଏରେ ବିଧାତା – କ’ଣ ନ’ଦେଖିଲା ଏ’ ଆଖି – ଭୋକ ବିକଳରେ ମଲା କୁକୁର...

ହାଏରେ ବିଧାତା – କ’ଣ ନ’ଦେଖିଲା ଏ’ ଆଖି – ଭୋକ ବିକଳରେ ମଲା କୁକୁର ମାଂସ ଖାଇଲା ମଣିଷ

968

ନୂଆଦିଲ୍ଲୀ: କରୋନା ଆତଙ୍କ କାରଣରୁ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ ନାନାଦି ଅସୁବିଧା ଦେଇ ଗତି କରୁଛନ୍ତି। କେଉଁଠି ଦାଦନ ଶ୍ରମିକ କାମ ହରାଇ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି ତ’, କିଏ ଚାକିରୀ ହରାଇ ଚିନ୍ତାରେ ପଡ଼ିଯାଇଛି। ଆଉ କିଏ କାମ ବନ୍ଦ୍ ଯୋଗୁଁ ଖାଇବାକୁ ନପାଇ ଭୋକ ବିକଳରେ ଡହକ ବିକଳ ହେଉଛି, ଏବଂ ଅଖାଦ୍ୟ ଖାଉଛି।

ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ସାହାପୁରା ଅଞ୍ଚଳର ରାଜରାସ୍ତା ଉପରେ। ଜଣେ ବ୍ୟକ୍ତି ରାସ୍ତା ଉପରେ ଭୋକ ବିକଳରେ ମଲା କୁକୁର ମାଂସ ଖାଉଥିବାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି। କ୍ୟାମେରା ପଛରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ତାହା ଖାଇବାକୁ ମନା କରିବା ସହ ଭୋକିଲା ଜଣଙ୍କୁ ଆଣି କିଛି ଖାଦ୍ୟ ଏବଂ ପାଣି ଦେଉଛନ୍ତି। ଭିଡିଓଟି ରାଜସ୍ଥାନ ସାହାପୁରା ଅଞ୍ଚଳର ଦିଲ୍ଲୀ – ଜୟପୁର ଜାତୀୟ ରାଜପଥ ଉପରେ ବୋଲି କୁହାଯାଉଛି। ହାଏରେ ବିଧାତା; କ’ଣ ନ’ଦେଖିଲା ଏ’ ଆଖି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.