Home କେନ୍ଦୁଝର ହାଟଡିହିରେ କୋର୍ଟ ପ୍ରତିଷ୍ଠା ନେଇ ଘୋଷଣାପରେ ଖୁସିର ଲହରୀ

ହାଟଡିହିରେ କୋର୍ଟ ପ୍ରତିଷ୍ଠା ନେଇ ଘୋଷଣାପରେ ଖୁସିର ଲହରୀ

240

ହାଟଡିହି. ୯/୮ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ଘୋଷଣା ହେବାପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଯେ କୌଣସି ମାଲିମୋକଦମା ପାଇଁ ଲୋକମାନେ ଦୀର୍ଘ ୧୫ାୁ ୪୫କିଲୋମିଟର ଦୁର ଆନନ୍ଦପୁର ଯିବାକୁ ପଡୁଥିବାବେଳେ ହାଟଡିହିରେ ଏକ ଜେଏମଏଫସି କୋର୍ଟ ପାଇଁ ଦାବି ହୋଇ ଆସୁଥିଲା । ଲୋକମାନଙ୍କୁ ବିଚାର ବିଭାଗୀୟ ସୁବିଧା ଯୋଗାଇଦେବାପାଇଁ ଏବେ ରାଜ୍ୟରେ ନୁଆକରି ୬୫ଟି ସିଭିଲଜଜ କୋର୍ଟ (ଜୁନିୟର ଡିଭିଜନ) ଖୋଲିବାକୁ ହାଇକୋର୍ଟ ତାଙ୍କ ଚିଠିନଂ ୭୩୫୪ (୨୪)ରେ ବିଭିନ୍ନ ଜିଲ୍ଲାର ଜିଲ୍ଲାଜଜ୍ ମାନଙ୍କୁ ଚିଠିଲେଖିବାପରେ ଓ ଏଥିରେ ହାଟଡିହିର ସ୍ଥାନ ଥିବାରୁ ଜେଏମଏଫସି କୋର୍ଟ ସ୍ଥାପନ ହେବା ନିଶ୍ଚିତ ହୋଇଛି । ଜିଲ୍ଲାରେ ୫ଟି ସିଭିଲ ଜଜକୋର୍ଟ (ଜେଏମଏଫସି) କୋର୍ଟ ପ୍ରତିଷ୍ଠା ନେଇ ହାଇକୋର୍ଟ ମତ ଦେବାପରେ ହାଟଡିହିରେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ନେଇ ଲୋକଙ୍କର ଦାବି ପୁରଣ ହେବାକୁ ବସିଛି । ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ କଣ କଣ ଭତ୍ତିଭୁମୀ ରହିଛି ତାହା ସମ୍ପର୍କରେ ଜାଣିବାକୁ ହାଇକୋର୍ଟ ରିପୋର୍ଟ ମଗାଇଛନ୍ତି । ହାଟଡିହିରେ ଦୀର୍ଘବର୍ଷ ହେବ କୋର୍ଟ ପ୍ରତିଷ୍ଠାନେଇ ନିଷ୍ପତି ହେବାପରେ ତାହା ଆଉ କାର୍ଯ୍ୟକାରୀ ହେଉ ନଥିଲା । ଏପରିକି ହାଟଡିହି ତହସିଲ କାର୍ଯ୍ୟାଳୟ ନିକଟରେ କୋର୍ଟ ସ୍ଥାପନ କରିବା ନେଇ ପଞ୍ଚାୟତ ଓ ବ୍ଲକ ପକ୍ଷରୁ ଅନୁଦାନ ଯୋଗାଇ ଦିଆଯିବା ସହିତ ଆବଶ୍ୟକୀୟ ଗୃହ ଓ ଭିତ୍ତିଭୂମୀର ବିକାଶ କରାଯାଇଥିଲା । ବିଭିନ୍ନ ସମୟରେ ବିଭାଗୀୟ ବିଭିନ୍ନ ଉଚ୍ଚ ପଦାଧିକାରୀ ମାନେ ଉକ୍ତ କୋର୍ଟ ଗୃହ ପରିଦର୍ଶନ କରି ଆବଶ୍ୟକ ଉପଦେଶ ଦେବାପରେ ତାହାକୁ ମଧ୍ୟ ପୁରଣ କରାଯାଇଥିଲା । କିନ୍ତୁ ବର୍ଷବର୍ଷ ଧରି କୋର୍ଟ ସ୍ଥାପନ ହୋଇ ପାରିନଥିଲା । ଏପରିକି ଏନେଇ ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ହାଟଡିହିରେ ଜେଏମଏଫସି କୋର୍ଟ ସ୍ଥାପନ ନେଇ ଲୋକମାନେ ଅଶା ଛାଡିଦେଇଥିଲେ । କିନ୍ତୁ ପୁନର୍ବାର କୋର୍ଟ ପ୍ରତିଷ୍ଠା ନେଇ ନିଷ୍ପତି ପରେ ଆଜି ହାଟଡିହି ବିକାଶ ମଞ୍ଚର ଏକ ବୈଠକ ବସି ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତିକୁ ସ୍ୱାଗତ କରାଯିବା ସହ ତୁରନ୍ତ ହାଟଡିହିରେ ପ୍ରସ୍ଥାବିତ କୋର୍ଟ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.