Home ଓଡ଼ିଶା ଆଇପିଏଲ ମ୍ୟାଚ ବେଟିଂ ର ଆଉଜଣେ ଜୁଆଡି ଗିରଫ,୭ଲକ୍ଷ ୩୪ହଜର ଟଙ୍କା ମୋବାଇଲ ଫୋନ ଜବତ

ଆଇପିଏଲ ମ୍ୟାଚ ବେଟିଂ ର ଆଉଜଣେ ଜୁଆଡି ଗିରଫ,୭ଲକ୍ଷ ୩୪ହଜର ଟଙ୍କା ମୋବାଇଲ ଫୋନ ଜବତ

41

ମାଲକାନଗିରି,୧୮ ।୧୦(ଓଡିଆ ପୁଅ) ମାଲକାନଗିରି ଆଦର୍ଶ ଥାନା ପୁଲିସ କୁ ପୁଣି ମିଳିଛ ଏକ ବଡ ସଫଳତା, ଗତ୧୬ତାରିଖ ଦିନ ଆପିଏଲ ମ୍ୟାଚ ରେ ବେଟିଂ ଲଗାଇ ଡିଜିଟାଲ ମାଧ୍ୟମରେ ଜୁଆଖେଳୁଥିବା ବେଳେ ପୁଲିସ ୪ଜଣ ଯୁବକ ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ଲକ୍ଷ ଟଙ୍କା,୭ଟି ମୋବାଇଲ ଫୋନ,୧୮ଲକ୍ଷ ଟଙ୍କା ଜମାଥିବା ବ୍ୟାଙ୍କ ପାସବୁକ କୁ ଜବତ କରିଥିଲା । ଏହି ବେଟିଂ ରେ କିଛି ଜୁଆଡି ସେତେ ବେଳେ ଫେରାର ହୋଇଯାଇଥିଲେ । ସେମାନଙ୍କୁ ପୁଲିସ ଖୋଜା ଖୋଜି କରି ପୁଣି ଜଣଙ୍କୁ ଗିରଫ କରିଛନ୍ତି ,ଗିରଫ ବ୍ୟକ୍ତି ହେଲେ ମାଲକାନଗିରି ଡ୍ୟାମସାଇଟର ଗଣେଷ ପ୍ରଧାନ, ତାଙ୍କ ନିକଟରୁ ୭ଲକ୍ଷ ୩୪ ହଜାରଟଙ୍କା ଗୋଟିଏ ମୋବାଇଲ ଫୋନ ପୁଲିସ ଜବତ କରିଛି । ଗିରଫ ଗଣେଷଙ୍କୁ କୋର୍ଟଚାଲାଣ କରାଯାଇଛି, ଏହି ବେଟିଂରେ ସଂପୃକ୍ତି ଥିବା ମାଲକାନଗିରି ଓ ପଡୋଶୀରାଜ୍ୟ ଛତିଶଗଡ ସୁକୁମା ଜିଲ୍ଲାର ଅନ୍ୟକିଛି ବୁକି ଙ୍କୁ ଖୁବ ଶିଘ୍ର ଗିରଫ କରାଯିବ ବୋଲି ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ କହିଛନ୍ତି । ସୁଚନା ଯୋଗ୍ୟ ଯେ ଗତ୧୬ତାରିଖରେ ମାଲକାନଗିରି ଏସଡିପିଓ କାର୍ଯ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଳାଷ ଜୀ ଜଗତ ଟଙ୍କା,ଗିରଫ ହୋଇଥିବା ବୁକି ମାନଙ୍କୁ ପ୍ରଦର୍ଶନ କରି ଆପିଏଲ ମ୍ୟାଚ ବେଟିଂ ମାଲକାନଗିରି ଠାରୁ ସୀମାନ୍ତ ଛତିଶଗଡ ରାଜ୍ୟ ପର୍ଯ୍ୟନ୍ତ ଚେର ଲମ୍ବିଛି ବୋଲି କହିଥିଲେ । ଆପିଏଲରେ ଚେନ୍ନାଇ ସୁପର କିଙ୍ଗସଂ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଫାଇନାଲ ହାଇଭୋଲଟେଜ ମ୍ୟାଚରୁ ବେଆଇନ ଭାବେ ଅର୍ଥରୋଜଗାର କରିବା ନିଶାରେ ମାଲକାନଗିରି ଜିଲ୍ଲାର କିଛି ଯୁବକ ଛତିଶଗଡ ରାଜ୍ୟର କିଛି ବୁକି ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ଡିଜିଟାଲ ବେଟିଂ ରେ ଜୁଆଖେଳ ଆରମ୍ଭ କରିଦେଇଥିଲେ । ପୁଲିସ ତଦନ୍ତ କରି ମାଲକାନଗିରି ସହରରୁ ୪ଜଣ ଙ୍କୁ ଗିରଫ କରିଥିଲେ ସେମାନଙ୍କ ନିକଟରୁ ନଗଦ ୯ଲକ୍ଷ ଟଙ୍କା,୧୮ଲକ୍ଷ ଟଙ୍କା ଜମାଥିବାର ବ୍ୟାଙ୍କ ଖାତା,୭ଟି ମୋବାଇଲ ଫୋନ,ଏଟିଏମ କାର୍ଡ ପୁଲିସ ଜବତ କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.