Home କେନ୍ଦୁଝର ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଲା

ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଲା

40

ହାଟଡିହି- ୨୯ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୯ରେ ପହଞ୍ଚିଛି । ଗତ ୨୪ତାରିଖରେ ହାଟଡିହି ବ୍ଲକରେ ୪୦ରୁ ଉର୍ଦ୍ଧ ପଜେଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଆମ୍ବୋ ପଞ୍ଚାୟତରୁ ୨୫ଜଣ ଚିହ୍ନଟ ହୋଇଥିଲେ । ୨୭ତାରିଖ ଓ ୨୮ତାରିଖ ଏହି ଦୁଇଦିନରେ ପୁଣି ୧୨ଜଣ ଚିହ୍ନଟ ହୋଇଛନ୍ତି । ହାଟଡିହି ପଞ୍ଚାୟତରେ ୪ଜଣ, ସୁଲଣ ପଞ୍ଚାୟତରେ ଜଣେ, ଗେଡମା ପଞ୍ଚାୟତରେ ଜଣେ, ଇଞ୍ଚୋଳ ପଞ୍ଚାୟତରେ ୨ଜଣ, ଜମ୍ଭୀରା ପଞ୍ଚାୟତରେ ୨ଜଣ, ଡଅଁର ପଞ୍ଚାୟତରେ ଜଣେ ଓ ବାଙ୍ଗୋର ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ ୬୬୯ରେ ପହଞ୍ଚିଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.